ଦୀପିକାଙ୍କୁ ପଛରେ ପକାଇଲେ ଆଲିଆ, ବନିଲେ ମୋଷ୍ଟ ଡିଜାରେବଲ ଓମେନ ୨୦୧୮

ମୁମ୍ବାଇ : ଏଇ କିଛି ଦିନ ମଧ୍ୟରେ ଆଲିଆଙ୍କ ଲୋକପ୍ରିୟତା ବଢ଼ିବାକୁ ଲାଗିଥିବା ଦେଖା ଯାଇଛି । ଫିଲ୍ମ ପରେ ଫିଲ୍ମ ମିଳିବା ସହ ତେଲୁଗୁ ସିନେ- ଇଣ୍ଡଷ୍ଟ୍ରୀର ବଡ଼ ବଜେଟ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟରରୁ ନିଜର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିବା ଆଲିଆ ଏବେ ବଲିଉଡ୍‌ରେ ନିଜର ସୁଦୃଢ଼ ସ୍ଥାନ ତିଆରି କରି ସାରିଛନ୍ତି । କିଛି ଦିନ ତଳେ ଆଲିଆଙ୍କ ଫିଲ୍ମ ‘କଲଙ୍କ’ ବକ୍ସ ଅଫିସରେ ସେତେ ଭଲ ଆୟ କରି ନଥିଲେ ମଧ୍ୟ ଆଲିଆଙ୍କ ଲୋକପ୍ରିୟତା ବଢ଼ିଥିବା ଦେଖା ଯାଇଛି । କମ ବୟସରେ ସେ ବଲିଉଡ୍‌ର ଅନେକ ଆଗଧାଢ଼ିର ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି ।

Times of India

 

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ଆଲିଆ ଏବେ ମୋଷ୍ଟ ଡିଜାରେବଲ ଓମେନ ୨୦୧୮ ବନିଥିବା ଜଣା ପଡ଼ିଛି । ୨୦୧୭ରେ ଏହି ସମ୍ମାନ ଦୀପିକାଙ୍କୁ ମିଳିଥିବା ବେଳେ ଏବେ ଏହା ଆଲିଆଙ୍କ ହାତକୁ ଆସିଛି । ଏଥିରୁ ଆଲିଆଙ୍କ ଲୋକପ୍ରିୟତା କେତେ ରହିଛି, ତାହା ସ୍ପଷ୍ଟ ହୋଇ ଯାଇଛି ।

ସମ୍ବନ୍ଧିତ ଖବର