ମୁମ୍ବାଇ: ଏପ୍ରିଲ ୧୪, ୨୦୨୨ରେ ବିବାହ କରିଥିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁର | ଦୁହେଁ ଘରେ କେବଳ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିବା ବେଳେ ୩ମାସ ପରେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ | ତେବେ ବିବାହ ସହ ମା' ହୋଇସାରିବା ପରେ ଏବେ ଆଲିଆ ନିଜ ନାମ ବଦଳାଇଥିବା ବୋଲି ଜଣାପଡିଛି |
ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ର ସିଜିନ-୨ ର ପ୍ରଥମ ଟ୍ରେଲରରେ ଆଲିଆ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ନାମରେ କପୁର ଯୋଡିଛନ୍ତି | ଶନିବାର ମୁକ୍ତିଲାଭ କରିଥିବା ପ୍ରମୋରୁ ଜଣାପଡିଛି ଯେ ଆଲିଆଙ୍କୁ ଫିଲ୍ମ 'ଜିଗ୍ରା'ର ଷ୍ଟାରଙ୍କ ସହିତ ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳିବ। ଆଲିଆଙ୍କ ସହ ବେଦାଙ୍ଗ ରାଇନା ଏବଂ କରଣ ଜୋହର ପ୍ରଥମ ଅଧ୍ୟାୟରେ ନଜର ଆସିବେ। ଟ୍ରେଲରରେ ଦେଖାଯାଇଛି ଯେ ଆଲିଆ ଗୁଥି ଓରଫ ସୁନୀଲ ଗ୍ରୋଭରଙ୍କୁ ଭେଟିବା ପରେ ତାଙ୍କ ନାମ ଏବେ ଆଲିଆ ଭଟ୍ଟ କପୁର ବୋଲି ଜଣାଇବେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/ZPOkfPsu7GQ87jJhN72L.jpg)