‘କଲଙ୍କ୍‌’ ସୁଟିଂ ବେଳେ ଗୋଡ଼ ମୋଡ଼ି ହୋଇଗଲା, ତଥାପି ସୁଟିଂ ଜାରି ରଖିଲେ ଆଲିଆ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଆଜିକାଲି ବହୁତ ବ୍ୟସ୍ତ ରହିଛନ୍ତି। ଏଥିସହିତ ଫିଲ୍ମ ‘ରାଜି’ର ସଫଳତା ପରେ ଆଲିଆଙ୍କ ହାତରେ ଏବେ ଆଉ ତିନୋଟି ଫିଲ୍ମ ରହିଛି। ‘ଗଲିି ବୟ୍‌’,‘ବ୍ରହ୍ମାସ୍ତ୍ର’ ଏବଂ ‘କଲଙ୍କ୍‌’ଭଳି ତିନି ତିନୋଟି ବିଗ୍‌ ବଜେଟ୍‌ର ପ୍ରାଜେକ୍ଟରେ ଏବେ କାମ କରୁଛନ୍ତି ଆଲିଆ । ହେଲେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ‘କଲଙ୍କ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସୂଚନା ଅନୁଯାୟୀ ପୂର୍ବରୁ ଫିଲ ୍ମ‘ବ୍ରହ୍ମାସ୍ତ୍ର’ର ସୁଟିଂ ସମୟରେ ଅଭିନେତ୍ରୀ ଆଲିଆଙ୍କ କାନ୍ଧରେ ଆଘାତ ଲାଗିଥିବାବେଳେ,ଏବେ ପୁଣିଥରେ ‘କଲଙ୍କ୍‌’ର ସୁଟିଂ ସମୟରେ ସେ ଆଘାତପ୍ରାପ୍ତ ହୋଇଛନ୍ତି।

India Forums

ସୂତ୍ର ଅନୁସାରେ, ଅଭିନେତ୍ରୀ ଆଲିଆ ମଇ ମାସରେ ନିର୍ମାତା କରଣ ଜୋହର୍‌ଙ୍କ ମଲ୍ଟି ଷ୍ଟାରର୍‌ ମୁଭି ‘କଲଙ୍କ୍‌’ର ସୁଟିଂ ଆରମ୍ଭ କରିଥିଲା ବେଳେ,ସେ ଲଗାତାର ଭାବେ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ସେଟ୍‌ ସହିତ ସମସ୍ତ ଅପ୍‌ଡେଟ୍‌ସ କୁ ବି ପୋଷ୍ଟ୍‍ କରୁଛନ୍ତି।ତେବେ ଏହି ପୋଷ୍ଟ୍‍ରେ ଦେଖିବାକୁ ମିଳିଛି କି ଆଲିଆ ସେଟ୍‌ରେ ସୁଟିଂ କରୁଥିବା ସମୟରେ ତାଙ୍କର ଗୋଡ଼ ମୋଡି ହୋଇଯିବାରୁ ଆଘାତ ଲାଗିଛି। ତଥାପି ମଧ୍ୟ ବିନା କୌଣସି ବ୍ରେକ୍‌ ନେଇ ଅଭିନେତ୍ରୀ ଆଲିଆ ତାଙ୍କର ସମସ୍ତ କଷ୍ଟକୁ ଭୁଲି ଅଭିନେତା ସଂଜୟ ଦତ୍ତଙ୍କ ସହିତ ସୁଟିଂ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର