ମୁମ୍ବାଇ : ମାର୍ଚ୍ଚ ୧୫ରେ ନିଜର ଜନ୍ମଦିନକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରିଥିଲେ ବଲିଉଡ୍ର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟ । ନିଜ ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଗହଣରେ ସେ ନିଜର ଜନ୍ମଦିନ ପାଳନ କରିବା ସହ ତାଙ୍କୁ ଅନେକ ଦାମୀ ଉପହାର ମିଳିଥିବା ଦେଖା ଯାଇଥିଲା । ଜନ୍ମଦିନରେ ତାଙ୍କୁ ଉପହାର ମିଳିଥିବା ବେଳେ ଆଲିଆ ଦୁଇଜଣଙ୍କୁ ଖାସ୍ ଉପହାର ଦେଇଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/03/dc-Cover-f6liqjoo57osqv0ne05ln471a6-20180710230829.Medi_-300x168.jpeg)
ଆଲିଆ ନିଜ ଡ୍ରାଇଭର ଏବଂ ହେଲ୍ପରଙ୍କୁ ୫୦-୫୦ଲକ୍ଷ ଟଙ୍କା ଦେଇଥିବା ନେଇ ସୂଚନା ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଆଲିଆ ଏହି ରାଶି ଦେବା ପଛରେ ସେଭଳି ବଡ଼ କାରଣ ମଧ୍ୟ ରହିଛି । ସେ ଡ୍ରାଇଭର ସୁନୀଲ ଏବଂ ହେଲ୍ପର ଅନମୋଲଙ୍କୁ ଘର କିଣିବା ପାଇଁ ଏହି ଟଙ୍କା ଦେଇଛନ୍ତି । ଆଲିଆଙ୍କଠାରୁ ଟଙ୍କା ମିଳିବା ପରେ ସୁନୀଲ ଜୁହୁ ଏବଂ ଅନ୍ମୋଲ ଖାନ୍ ଡଣ୍ଡାରେ ଫ୍ଲାଟ୍ ବୁକ୍ କରି ସାରିଥିବା ଜଣା ପଡ଼ିଛି । ସୁନୀଲ ଏବଂ ଅନ୍ମୋଲ ଆଲିଆଙ୍କ ପ୍ରଥମ ଫିଲ୍ମଠାରୁ ତାଙ୍କ ସହ ରହିଛନ୍ତି । ଦୁହେଁ ଘର କିଣିବାକୁ ନେଇ ଚିନ୍ତାରେ ଥିବା କଥା ଆଲିଆ ଜାଣି ପାରିବା ସହ ନିଜ ଜନ୍ମଦିନରେ ଦୁହିଁଙ୍କୁ ଏତେ ବଡ଼ ଉପହାର ଦେଇଥିଲେ ।