ସୁଟିଂ ବେଳେ ଦୁର୍ଘଟଣା : ଅଭିନେତ୍ରୀ ଆଲିଆ ଭଟ୍ଟ ଆହତ, ବନ୍ଦ ହୋଇପାରେ ‘ବ୍ରହ୍ମାସ୍ତ୍ର’ର ସୁଟିଂ

ମୁମ୍ବାଇ : ବୁଲ୍‌ଗେରିଆରେ ସୁଟିଂ ଚାଲୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବଲିଡଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଗୋଟେ ସଟ୍‌ ଦେଉଥିବା ବେଳେ ତଳକୁ ପଡ଼ି ଯିବାରୁ ତାଙ୍କ ଡ଼ାହାଣ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏହି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ଏବେ ସୁଟିଂ କରି ପାରିବେ ନାହିଁ ବୋଲି ଡ଼ାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ଦରକାର ବୋଲି ଡ଼ାକ୍ତର କହିଥିବା ବେଳେ ସେ ଏବେ ମୁମ୍ବାଇ ଆସି ପାରନ୍ତି ବୋଲି ସୂଚନା ମିଳିଛି । ତେବେ ଆଲିଆ ତାଙ୍କ ପାଇଁ ସୁଟିଂ ବିଳମ୍ବ ହେବାରୁ ସେ ଦୁଃଖିତ ବୋଲି କହିଛନ୍ତି ।

ସୂଚନା ମୁତାବକ, ବୁଲଗେରିଆର ଏକ ପାହାଡ଼ିଆ ଅଞ୍ଚଳରେ ସୁଟିଂ ଚାଲୁଥିବା ବେଳେ ଆଲିଆ ତଳକୁ ଖସି ପଡ଼ିଥିଲେ । ଯାହାଫଳରେ ତାଙ୍କ ଡ଼ାହାଣ ହାତରେ ଗଭୀର ଆଘାତ ଲାଗିଥିଲା । ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ହାତର ଆଘାତପ୍ରାପ୍ତ ସ୍ଥାନରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କୁ ୧୫ଦିନ ଆରାମ ଦରକାର ବୋଲି ଡ଼ାକ୍ତର କହିଥିଲେ ।

The Indian Express

ମାର୍ଚ୍ଚ ଶେଷ ସୁଦ୍ଧା ବୁଲଗେରିଆରୁ ସୁଟିଂ ସାରି ପୁରା ଟିମ୍‌ ଭାରତ ଫେରିବାକୁ ଥିବା ବେଳେ ଆଲିଆଙ୍କ ଏହି ଅବସ୍ଥା ପାଇଁ ସୁଟିଂ ବିଳମ୍ବ ହେବ ବୋଲି ଜଣା ପଡ଼ିଛି । ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ନଜର ଆସୁଛନ୍ତି ବିଗ ବି ଅମିତାଭ ବଚ୍ଚନ । ଏହି ଫିଲ୍ମଟି ଅଗଷ୍ଟ ୧୫,୨୦୧୯ରେ ରିଲିଜ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର