ନୂଆଦିଲ୍ଳୀ: ଶେଷରେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍' ଡିସେମ୍ବର ୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ରଣବୀର କପୁର ଏବଂ 'ଆନିମଲ୍' ଟିମ୍ ଏହି ଚଳଚ୍ଚିତ୍ରର ପ୍ରିମିୟର ଆୟୋଜନ କରିଥିଲେ ଏବଂ ଆଲିଆ ତାଙ୍କ ପରିବାର ସହିତ ସୋ ଦେଖିବାକୁ ଆସିଥିଲେ।
ଅଭିନେତ୍ରୀ ତଥା ସିନେମାରେ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ରଣବୀର କପୁରଙ୍କ ପତ୍ନୀ ଆଲିଆ ତାଙ୍କ ଶାଶୂ ନୀତୁ କପୁର, ମହେଶ ଭଟ୍ଟ, ସୋନି ରଜଦାନ ଏବଂ ଶାହିନ ଭଟଙ୍କ ସହ ପ୍ରିମିୟରରେ ନଜର ଆସିଥିଲେ। ସେଠାରେ ସେ ରଶ୍ମିକା ମନ୍ଦନାଙ୍କୁ ଭେଟି ଆଲିଙ୍ଗନ କରିଥିଲେ।
ଇଭେଣ୍ଟ ପାଇଁ ଆଲିଆ ଏକ ଟି-ସାର୍ଟ ପିନ୍ଧିଥିଲେ ଯେଉଁଥିରେ 'ଆନିମଲ୍'ର ରଣବୀରଙ୍କ ଚିତ୍ର ଥିଲା। ଏହି ସମୟରେ, ରଶ୍ମିକା ଏକ ବଡିକନ୍ ପୋଷାକ ପିନ୍ଧିଥିଲେ। ସେହି ସମୟରେ ଆଲିଆ ଓ ରଶ୍ମିକାଙ୍କୁ ପରସ୍ପରଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଥିଲା।
View this post on Instagram
ହେଲେ ଏହି ଆଲିଙ୍ଗନ ଏବେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଚର୍ଚ୍ଚାର ପରିସରକୁ ଆସିଛି। କାରଣ ଆଲିଙ୍ଗନ ବେଳେ ଆଲିଆଙ୍କ ପ୍ରତିକ୍ରିୟା ଥିଲା ଅତ୍ୟନ୍ତ ଅଜବ। ଭିଡିଓଟି ପ୍ରଥମେ ରେଡ୍ଡିଟ୍ରେ ଭାଇରାଲ୍ ହେବା ପରେ ଏବେ ଏହା ବିଭିନ୍ନ ସୋସିଆଲ୍ ମିଡିଆ ସାଇଟ୍ରେ ଭାଇରାଲ୍ ହୋଇଚାଲିଛି। ପ୍ରଶଂସକମାନେ ମନ୍ତବ୍ୟ ବିଭାଗରେ ନିଜର ମତ ପ୍ରକାଶ କରିଥିଲେ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, '‘ଏପରି ଅଜବ ପ୍ରକାରେ ଆଲିଙ୍ଗନ କରିବାର ଅର୍ଥ କ’ଣ?’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ ଆଲିଆ କାହିଁକି ମୁହଁ ବନାଉଛ?’’ ତେବେ ଆଲିଆଙ୍କ ମୁଖ ଭଙ୍ଗୀରୁ ସେ ଆଲିଙ୍ଗନ ଖୁସି ମନରେ କରୁନଥିଲେ ବୋଲି ଅନୁମାନ କରୁଛନ୍ତି ବ୍ୟବହାରକାରୀ।