ସୁଟିଂ ସେଟ୍‌ରେ ଆଲିଆ ଭଟ୍ଟଙ୍କ ମା’ଙ୍କ ସହ କରାଯାଇଥିଲା ଦୁଷ୍କର୍ମ ଉଦ୍ୟମ,ଏହି କାରଣରୁ କରି ନ ଥିଲେ ଖୁଲାସା

ମୁମ୍ବାଇ : #ମି ଠୁ ଅଭିଯାନ ମଧ୍ୟମରେ ଅନେକ ବଡ଼ ବଡ଼ କଳାକାରଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିବା ବେଳେ ଦିନକୁ ଦିନ ଏହି ଅଭିଯାନ ସକ୍ରିୟ ହେବାରେ ଲାଗିଛି । ଅଭିନେତ୍ରୀମାନେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ବେଳେ ନିଜ ସହ ଜଡ଼ିତ ଏକ ଭିନ୍ନ କାହାଣୀର ଖୁଲାସା କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମା’ ସୋନି ରାଜଦାନ । ସୁଟିଂ ସେଟ୍‌ରେ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା । କିନ୍ତୁ ତାହା ସଫଳ ହୋଇ ପାରି ନଥିଲା ବୋଲି ଏକ ସାକ୍ଷାତକାରରେ ଅଭିନେତ୍ରୀ ସୋନି ରାଜ୍‌ଦାନ କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ,”କାମ ବଦଳରେ ମୁଁ କେବେ ଯୌନ ଶୋଷଣର ଶିକାର ହୋଇ ନାହିଁ । କିନ୍ତୁ ସୁଟିଂ ସେଟ୍‌ରେ କିଛି ଏଭଳି ଘଟିଥିଲା; ଯାହା ସବୁଦିନ ପାଇଁ ମୋ ସହ ଯୋଡ଼ି ହୋଇ ରହିବ । ସୁଟିଂ ସେଟ୍‌ରେ ଜଣେ ମୋ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେ ସଫଳ ହୋଇ ପାରି ନଥିଲେ । ଏ ବିଷୟରେ ନ କହିବାର କାରଣ ହେଉଛି ଅଭିଯୁକ୍ତ ଜଣେ ବିବାହିତ ପୁରୁଷ ଥିବା ସହ ତାଙ୍କର ଛୋଟ ଛୋଟ ପିଲା ଥିଲେ ଏବଂ ମୁଁ ତାଙ୍କ ପରିବାର ଲୋକଙ୍କୁ କଷ୍ଟ ଦେବାକୁ ଚାହୁଁନଥିଲି।”

ସମ୍ବନ୍ଧିତ ଖବର