ଗଣମାଧ୍ୟମରେ ମୁହଁ ଖୋଲିଲେ ଆଲିଆ; ସୁଟିଂ ସେଟ୍‌ରେ ବରୁଣ ହଇରାଣ କରନ୍ତି

ମୁମ୍ବାଇ: ‘ବଦ୍ରିନାଥ କି ଦୁଲ୍‌ହନିୟା’, ‘ହମ୍‌ଟି ଶର୍ମା କି ଦୁଲ୍‌ହନିୟା’, ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ ପରେ ପୁଣି ଏକତ୍ର ପରଦାରେ ଦିଶିବେ ଆଲିଆ ଭଟ୍ଟ ଏବଂ ବରୁଣ ଧାଓ୍ଵନ। ସେମାନେ ପୁଣି ଥରେ ଅଭିଷେକ ବର୍ମାଙ୍କ ନିର୍ମିତ ଚଳଚ୍ଚିତ୍ର ‘କଲଙ୍କ୍‌’ରେ ଏକତ୍ର ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ଆଲିଆ ବରୁଣଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର, ମାଧୁରୀ ଦିକ୍ଷିତ, ସଞ୍ଜୟ ଦତ୍ତ ପ୍ରମୁଖ ନଜର ଆସିବେ।

ନିକଟରେ ଏକ ଗଣମାଧ୍ୟମରେ ଦେଉଥିବା ସାକ୍ଷାତ୍‌କାର୍‌ରେ ଆଲିଆ ବରୁଣଙ୍କ ସଂପର୍କରେ କହିଛନ୍ତି, ‘ହଁ, ବରୁଣ ଏବଂ ମୁଁ ସୁଟିଂ ସେଟ୍‌ରେ କଠିନ ପରିଶ୍ରମ କରୁଛୁ। ଯଦିଓ ସେ ଖୁବ୍‌ ଭଲ ତଥାପି ସେ ସବୁବେଳେ ମୋତେ କିଛି ନା କିଛି ହଇରାଣ କରିବାରେ ବ୍ୟସ୍ତ ରହନ୍ତି।’

ପୂର୍ବରୁ ଏକ ସାକ୍ଷାତ୍‌କାରରେ ବରୁଣ କହିଥିଲେ, ‘ଆଲିଆ ଓ ମୋ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଏକ ଉପଯୁକ୍ତ ଚଳଚ୍ଚିତ୍ରରେ ଆମେ ପୁଣି ଏକାଠି ଅଭିନୟ କରିବୁ। ଦର୍ଶକ ଆମଠାରୁ ଅନେକ କିଛି ଆଶା ରଖନ୍ତି। ‘କଲଙ୍କ’ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର। ଏହାର କାମ ୨୦୦୪ ମସିହାରୁ ଚାଲୁ ହୋଇଛି। ମୁଁ ଆଉ କିଛି କହିପାରିବି ନାହିଁ। କାହିଁକି ନା, ନିର୍ଦ୍ଦେଶକ ଗୋପନୀୟତାରେ ପସନ୍ଦ ରଖନ୍ତି।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟିରେ ୧୯୪୦ ମସିହା ସମୟର କଥା ରହିଛି। ଏଥିରେ ଉଭୟ ବରୁଣ ଓ ଆଲିଆ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର