ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଷ୍ଟାଇଲିସ୍ ଲୁକ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖା ଯାଇଥିବା ବେଳେ ସେ ସେ ପୂରା ସାଧାରଣ ଲୁକ୍ରେ ନଜର ଆସିଥିଲେ ।
ଗୁଚି ବ୍ରାଣ୍ଡର ନାଇଟ୍ ସୁଟ୍ ପିନ୍ଧି ଏକ ବ୍ୟାଗ୍ ଧରି ସେ ଏୟାରପୋର୍ଟରେ ପହଞ୍ଚିଥିବା ବେଳେ ଏବେ ତାଙ୍କ ନାଇଟ୍ ସୁଟ୍ର ଦାମ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଲିଆ ପିନ୍ଧିଥିବା ନାଇଟ୍ ସୁଟ୍ର ମୂଲ୍ୟ ୨ଲକ୍ଷ ଟଙ୍କା ଏବଂ ଏହା ସହ ସେ ଧରିଥିବା ବ୍ୟାଗ୍ର ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏହା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ କରିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି ।
/sambad/media/post_attachments/wp-content/uploads/2018/12/alia_3_555_122818083620-130x300.jpg)
ସୂଚନା ମୁତାବକ, ଆଲିଆ ଏବେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସୁଛନ୍ତି ଅଭିନେତା ରଣବୀର କପୁର ।