ମୁମ୍ବାଇ: ବିବାହ ତାରିଖ ସାମ୍ନାକୁ ଆସିବା ପରେ ଆସିଲା ଅତିଥି ତାଲିକା। ରଣବୀର-ଆଲିଆଙ୍କ ବିବାହରେ ପୂର୍ବ ପ୍ରେମିକାଙ୍କ ସହ ଯୋଗ ଦେବେ ବଲିଉଡର ଅନେକ କଳାକାର। ଏବେ ବଲିଉଡ୍ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିବା ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଘରେ ଖୁବ୍ ଶୀଘ୍ର ସାହାନଇ ବାଜିପାରେ। ପୂର୍ବରୁ ସୂଚନା ରହିଥିଲା ଯେ ରଣବୀର ଓ ଆଲିଆ ୨୦୨୨ ମସିହା ଏପ୍ରିଲ୍ରେ ବିବାହ କରିପାରନ୍ତି। ଏବେ ସୂତ୍ରରୁ ଜାଣିବାକୁ ମିିଳିଛି ଯେ ରଣବୀର ଓ ଆଲିଆ ଚଳିତମାସ ୧୭ ତାରିଖରେ ବିବାହ କରିପାରନ୍ତି। ଏପ୍ରିଲ ୧୩ରୁ ୧୭ପର୍ଯ୍ୟନ୍ତ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଉଥିବା ବେଳେ ଏବେ ଅତିଥି ତାଲିକା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ରଣବୀର-ଆଲିଆ ଏପ୍ରିଲ ୧୭ରେ ବିବାହ କରିବା ସହ ମାସ ଶେଷ ଆଡ଼କୁ ବିବାହ ଭୋଜି ଦେବେ। ଏହି ଭୋଜିରେ ବଲିଉଡ ଅଭିନେତା ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅଭିନେତା ଶାହରୁଖ ଖାନ, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଅଭିନେତା ଆଦିତ୍ୟ ରୟ କାପୁର, ଅଭିନେତା ଅର୍ଜୁନ କପୁର, ନିର୍ଦ୍ଦେଶକ କରଣ ଜୋହର ଭଳି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି।
/sambad/media/post_attachments/bf3f23761cb1ad70a0876fba96a139a041023db0eb68b16ff03d5511b34139ff.jpg)
ପୂର୍ବରୁ ଖବର ମିଳିଥିଲା ଯେ, ସେମାନଙ୍କ ବିବାହ କୌଣସି ବିଳାସପୂର୍ଣ୍ଣ ହୋଟେଲ୍ରେ ହେବନାହିଁ। ରଣବୀରଙ୍କ ପୈତୃକ ଗ୍ରାମରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ରଣବୀର କପୁର ନିଜେ ତାଙ୍କ ବିବାହ ସ୍ଥାନ ଠିକ୍ କରିଛନ୍ତି ବୋଲି କୁହାଯାଇଥିଲା। ରଣବୀର କପୁରଙ୍କ ବାପା-ମା’ ଋଷି କପୁର ଏବଂ ନୀତୁ କପୁର ମଧ୍ୟ ୧୯୮୦ ଜାନୁଆରି ୨୦ରେ ଏହି ସମାନ ସ୍ଥାନରେ ବିବାହ କରିଥିଲେ। ରିପୋର୍ଟରୁ ଜଣାପଡ଼ିଛି ଯେ, ରଣବୀର ଏବଂ ଆଲିଆଙ୍କ ବିବାହ ଉତ୍ସବରେ ୪୫୦ ଅତିଥି ଯୋଗ ଦେବେ।