ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ ୱାର'ରେ ନଜର ଆସିବେ ହିଟ୍ ଯୋଡି। ୩ସୁପରଷ୍ଟାର କରିବେ ସ୍କ୍ରିନ ସେୟାର। ପୂର୍ବରୁ ଏହି ୩ଜଣ ଏକାଠି କାମ କରିନଥିବା ବେଳେ ପ୍ରଥମ କରି ୩ଜଣ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଏହି ୩ଜଣ ସୁପରଷ୍ଟାର ହେ‌ଲେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ । ଏହା ହେଉଛି ୨୦୨୪ବର୍ଷର ସବୁଠାରୁ ବଡ ଘୋଷଣା। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଆଲିଆ ଭଟ୍ଟ ଏବଂ ବିକି କୌଶଲ ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଫିଲ୍ମ 'ଲଭ୍ ଆଣ୍ଡ ୱାର' ଖ୍ରୀଷ୍ଟମାସ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

Advertisment

ବିକି କୌଶଲ ପ୍ରଥମ ଥର ପାଇଁ 'ଲଭ୍ ଆଣ୍ଡ ୱାର' ସହିତ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବାକୁ ଯାଉଛନ୍ତି। ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦ୍ୱିତୀୟ ଥର ପାଇଁ ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଛନ୍ତି। ଆଲିଆ ଭଟ୍ଟ ପୂର୍ବରୁ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ 'ଗଙ୍ଗୁବାଇ କାଠିଆୱାଡି'ରେ କାମ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହା ସହ ରଣବୀର କପୁର ନିର୍ଦ୍ଦେଶକଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ସାବରିଆ' କରିଥିଲେ। ତେବେ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ମନକୁ ଛୁଇଁ ପାରିନଥିଲା।