ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ 'କଲଙ୍କ'କୁ ୪ବର୍ଷ ପୁରିଛି। ଏମଧ୍ୟରେ ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଅଭିନେତ୍ରୀ ତାଙ୍କ ବାପା ମହେଶ ଭଟ୍ଟ ଏବଂ ମା’ ସୋନି ରାଜଦାନଙ୍କ ସମ୍ପର୍କ ବିଷୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
୨୦୧୯ ମସିହାରେ ଫିଲ୍ମ 'କଲଙ୍କ'ର ପ୍ରମୋସନ ସମୟରେ ଆଲିଆ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ବାପା ତାଙ୍କ ମା’ଙ୍କ ସହ ବିବାହ ବାହାରେ ସମ୍ପର୍କ ରଖିଥିଲେ। ହେଲେ ଜୀବନରେ ବେଳେବେଳେ କିଛି ଜିନିଷ କୌଣସି କାରଣରୁ ଘଟେ। ନିଶ୍ଚିତ ଭାବରେ ଆପଣ ବିବାହ ବାହାରେ ସମ୍ପର୍କକୁ ସମର୍ଥନ କରିବେନି ଏବଂ ମୁଁ ମଧ୍ୟ ଏହାକୁ ପ୍ରୋତ୍ସାହିତ କରେ ନାହିଁ। କିନ୍ତୁ ଆମକୁ ମଣିଷ ପ୍ରକୃତି ବୁଝିବାକୁ ହେବ। ବେଳେବେଳେ କିଛି ଜିନିଷ ଆମ ଅଜାଣତରେ ହୁଏ ଏବଂ ଚାହୁଁନଥିବା ଜିନିଷ ବି ହୁଏ। ବିବାହ ବାହାରେ ସମ୍ପର୍କକୁ ସମର୍ଥନ ନକଲେ ବି ଏହା ସମାଜରେ ବିଦ୍ୟମାନ ବୋଲି ଆମକୁ ଗ୍ରହଣ କରିବାକୁ ପଡ଼ିବ। ତେଣୁ ଏହାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ଏହାକୁ ନେଇ ଥିବା ଦୃଷ୍ଟିକୋଣ ବଦଳାନ୍ତୁ।
ବାପା ମହେଶ ଭଟ୍ଟଙ୍କୁ ସମର୍ଥନ କରିବା ପାଇଁ ଅାଲିଆ ଏଭଳି କହିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। ରଣବୀର ଧୋକା ଦେଲେ କଷ୍ଟ ଅନୁଭବ କରିପାରିବ ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ବେଳେ ଅନ୍ୟଜଣେ ଲେଖିଛନ୍ତି, ମହେଶଙ୍କ ବିବାହ ବାହାରେ ସମ୍ପର୍କ ପାଇଁ ଆଲିଆ ଜନ୍ମ ହୋଇଛନ୍ତି। ସେ ଏହାକୁ ସମର୍ଥନ କରିବାକୁ ବାଧ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ସ-201.jpg)