ଆସନ୍ତୁ ଜାଣିବା ଚଳଚ୍ଚିତ୍ରରେ ଦୁଷ୍କର୍ମ ଦୃଶ୍ୟର ଟେକ୍‌ ଦେବା ପରେ କେମିତି ରହିଛି ଏହି ନାୟିକାମାନଙ୍କ ଅଭିଜ୍ଞତା

ମୁମ୍ବାଇ: ଚଳଚ୍ଚିତ୍ରରେ ଅନେକ ସମୟରେ ଆପଣ ଦୁଷ୍କର୍ମ ଦୃଶ୍ୟ ଦେଖିଥିବେ। ସେହି ଦୃଶ୍ୟରେ ନାୟିକାମାନେ ଯେପରି ଭାବେ ଜୀବନ୍ତ ଅଭିନୟ କରିଥାନ୍ତି ତାହାକୁ ଦେଖିବା ପରେ ତାହା ରିଲ୍‌ କି ରିୟଲ୍‌ କିଛି ସମୟ ପାଇଁ ଭ୍ରମ ସୃଷ୍ଟି ହୁଏ। ହେଲେ ଆପଣ କ’ଣ କେବେ ଭାବିଛନ୍ତି କି ସେହି ଦୃଶ୍ୟର ସୁଟ୍‌ ସମୟରେ ନାୟିକାମାନଙ୍କ କିପରି ଅନୁଭୂତି ରହିଥାଏ। ଆଲିଆ ଭଟ୍ଟ, ସୋନାକ୍ସି ସିହ୍ନା ଓ ସୋନ କପୁର୍‌ ପରି ଅଭିନେତ୍ରୀ ଦୁଷ୍କର୍ମ ଦୃଶ୍ୟ ସଂପର୍କରେ ଗଣମାଧ୍ୟମରେ ଜଣାଇଛନ୍ତି। ସେହି ଦୃଶ୍ୟର ସୁଟିଂ ସମୟରେ ବା ସୁଟିଂ ପରେ ସେମାନେ କିପରି ଅନୁଭବ କରନ୍ତି ଆସନ୍ତୁ ଜାଣିବା।

ଏ ସଂପର୍କରେ ସୋନାଷ୍କି ସିହ୍ନା କହିଛନ୍ତି କି ‘ଏନ୍‌ଏଚ୍‌୧୦ରେ ମୁଁ ଯେତେବେଳେ ଏକ ଦୁଷ୍କର୍ମ ଦୃଶ୍ୟରେ ଅଭିନୟ କଲି ପ୍ରଥମେ ଟିକେ ଦୁଃଖି ହୋଇ ଯାଇଥିଲି। ମାତ୍ର ତାହା ଏକ ଏପରି ସମୟ ଯେଉଁ ସମୟରେ ବାସ୍ତବିକ୍‌ ହେବାକୁ ପଡ଼ିବ। ମୁଁ ଭୁଲିଯାଇଥିଲି କ୍ୟାମେରା କେଉଁଠି ଅଛି। ବାସ୍ତବରେ ମୋ ସହ ଦୁଷ୍କର୍ମ ହେଉଥିଲା ବୋଲି ମୁଁ ଅନୁଭବ କରି ଅଭିନୟକୁ ଜୀବନ୍ତ କରିପାରିଲି। ଶାରୀରିକ ଭାବେ ତ ମୁଁ ଠିକ୍‌ ଥିଲି। ମାତ୍ର ମାନସିକ ଭାବେ ମୁଁ ଏକଦମ ଭାଙ୍ଗି ପଡ଼ିଥିଲି। କେମିତି ବାସ୍ତବରେ ଏମିତି କାମ ସବୁ ଲୋକେ କରିପାରୁଛନ୍ତି ଭାବି ବିବ୍ରତ ହୋଇ ପଡ଼ିଥିଲି।

ଏ ସଂପର୍କରେ ଆଲିଆ ଭଟ୍ଟ କହିଛନ୍ତି, ‘ଉଡ୍‌ତା ପଞ୍ଜାବ ଚଳଚ୍ଚିତ୍ରରେ ମୋ ସହ ଏକ ଗଣଦୁଷ୍କର୍ମ ହେଉଥିବାର ଦୃଶ୍ୟ ରହିଥିଲା। ମୁଁ ସେ ସମୟରେ ଭାବୁଥାଏ କି କିପରି ସେ ଦୃଶ୍ୟ ଜଳ୍‌ଦି ଜଲ୍‌ଦି ସରିଯାନ୍ତା। ଏପରିକି କିଛି ଦିନ ପର୍ଯ୍ୟନ୍ତ ମୋତେ ସୁଟିଂ ସେଟ୍‌କୁ ଯିବାକୁ ଭୟ ଲାଗିଲା।

ଏ ସଂପର୍କରେ ସୋନମ କପୁର୍‌ କହନ୍ତି, ‘କୌଣସି ଚଳଚ୍ଚିତ୍ର ନୁହେଁ ବରଂ ମୁଁ ମୋର ଏକ ବ୍ୟକ୍ତିଗତ ଘଟଣା ସଂପର୍କରେ କହିବାକୁ ଚାହୁଁଛି। ମୋତେ ଯେତେବଳେ ୧୪ ବର୍ଷ ବୟସ ହୋଇଥାଏ। କେହି ଜଣେ ମୋ ଛାତିରେ ହାତ ମାରୁଥିବାର ମୁଁ ଅନୁଭବ କଲି। ମାତ୍ର ଛୋଟ ଥିବାରୁ ମୁଁ ତାହାକୁ ମୋ ଢଙ୍ଗରେ ପ୍ରତିବାଦ କରି ପାରିନଥିଲି।’

ସମ୍ବନ୍ଧିତ ଖବର