ମୁମ୍ବାଇ: ରାତିରେ ବାହାରକୁ ଗଲେ ରଣବୀର ମୋତେ ଲିପଷ୍ଟିକ୍ ପୋଛିବାକୁ କୁହନ୍ତି। ଏଭଳି କହି ଏବେ ଟ୍ରୋଲର୍ସମାନଙ୍କ ଟାର୍ଗେଟକୁ ଆସିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଭୋଗ୍ ଇଣ୍ଡିଆ ନିଜ ଇନଷ୍ଟା ପେଜରେ ଆଲିଆଙ୍କର ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଆଲିଆ ଏହି ଖୁଲାସା କରିଛନ୍ତି।
View this post on Instagram
ଭିଡିଓରେ ଆଲିଆ କହୁଛନ୍ତି ଯେ, "ମୁଁ ଯେମିତି ଲିପଷ୍ଟିକ ଲଗାଏ, ତାହା ସାଧାରଣ ନୁହେଁ। ଅନ୍ୟମାନଙ୍କୁ ଟିକିଏ ଅଜବ ଲାଗିବ ନିଶ୍ଚୟ।" ଏଭଳି କହି ଆଲିଆ ଏକ ଲିପଷ୍ଟିକ ନିଜ ଓଠରେ ଲଗାଉଛନ୍ତି। ଲଗାଇସାରିବା ପରେ ସେ କହୁଛନ୍ତି, "ଏଭଳି କରିବାର କାରଣ ମୁଁ ଆପଣଙ୍କୁ କହୁଛି। ମୁଁ ଏଭଳି କରେ କାରଣ ଯେତେବେଳେ ଆମେ ରାତିରେ ବାହାରକୁ ଯାଉଥିଲୁ, ମୋ ସ୍ୱାମୀ କହୁଥିଲେ ଲିପଷ୍ଟିକ୍ ପୋଛି ଦିଅ। କାରଣ ସେ ମୋ ଓଠର ପ୍ରାକୃତିକ ରଙ୍ଗକୁ ଭଲ ପାଆନ୍ତି।" ତେବେ ଆଲିଆଙ୍କ ଏହି ଭିଡିଓ ପରେ କିଛି ଲୋକ ତାଙ୍କୁ ସମର୍ଥନ କରିଥିବା ବେଳେ କିଛି ତାଙ୍କୁ ଟ୍ରୋଲ କରିଛନ୍ତି।
କିଛି ଦିନ ତଳେ ମୁମ୍ବାଇରେ ଫିଲ୍ମର ପ୍ରଚାର କରୁଥିବା ବେଳେ ଆଲିଆ ତାଙ୍କ ୮ମାସର ଝିଅ ରାହାଙ୍କ କ୍ୟାରିୟର ବିଷୟରେ କହିଥିଲେ। ଝିଅ ମୋର ଅଭିନେତ୍ରୀ ନୁହେଁ, ବୈଜ୍ଞାନିକ ହେବ ବୋଲି କହିଥିଲେ ଆଲିଆ। ସେ କହିଥିଲେ ଯେ, “ଯେତେବେଳେ ମୁଁ ମୋ ଝିଅକୁ ଦେଖେ, ସେତେବେଳେ ମୁଁ କହେ, ତୁମେ ତ ବୈଜ୍ଞାନିକ ହେବ। କାରଣ ମୁଁ ବୈଜ୍ଞାନିକ ହେବାକୁ ଚାହୁଥିଲି।” ତାଙ୍କର ଏହି ଭିଡିଓ ଖୁବ ଭାଇରାଲ ହୋଇଥିଲା।