ମୁମ୍ବାଇ: ଝିଅମାନେ ନିଜ ସାଥୀଙ୍କ ପୋଷାକ ପିନ୍ଧିବା ଏକ ଅତି ପୁରୁଣା କଥା। ପୂର୍ବରୁ ବି ଏମିତି ଅନେକ ନିଜର ପତି ଓ ପ୍ରେମିକଙ୍କ ପୋଷାକ ପିନ୍ଧି ଫଟୋସୁଟ୍ କରିଥିବାର ଆପଣ ଦେଖିଥିବେ ନିଶ୍ଚୟ। ସୋସିଆଲ୍ ମିଡିଆରେ ଅନେକ ଯୁବତୀ ସେମାନଙ୍କ ସ୍ବାମୀଙ୍କ ପୋଷାକ ପିନ୍ଧି ଫଟୋ ପୋଷ୍ଟ୍ କରିଥିବାର ଆପଣ ଦେଖିଥିବେ। ସୋସିଆଲ୍ ମିଡିଆରେ ଏହାକୁ ନେଇ ଅନେକ ମଜାଦାର୍ ପୋଷ୍ଟ୍ ବି ଦେଖିବାକୁ ମିଳିଥାଏ। କେହି କେହି କହିଥାନ୍ତି କି ଯୁବତୀମାନେ ସେମାନଙ୍କ ସାଥୀଙ୍କ ପୋଷାକ ନେବା ପରେ କେବେ ଫେରସ୍ତ କରିନଥାନ୍ତି। ଏବେ ଜାଣିବାକୁ ମିଳିଛି ଯେ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଫଟୋସୁଟ୍ ପାଇଁ ସ୍ବାମୀ ରଣବୀର କପୁରଙ୍କ ବ୍ଲେଜର୍ ଚୋରେଇ ନେଇଛନ୍ତି। ସେ ତାଙ୍କ ସ୍ବାମୀଙ୍କ ବ୍ଲେଜର୍ ପିନ୍ଧି ଫଟୋ ଉଠାଇ ତାହାକୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି। ସେଥିରେ ଆଲିଆ ଲେଖିଛନ୍ତି, ‘ସ୍ବାମୀ ଘରେ ନଥିବା ବେଳେ ମୋ ନିଜ ଲୁକ୍କୁ ସଂପୂର୍ଣ୍ଣ କରିବାକୁ ମୁଁ ତାଙ୍କ ବ୍ଲେଜର୍ ଚୋରେଇଛି। ଥାଙ୍କ୍ ୟୁ ମାଇଁ ଡାର୍ଲିଂ’।
/sambad/media/post_attachments/wp-content/uploads/2022/07/Untitled-83-300x195.jpg)
ଉଲ୍ଲେଖଯୋଗ୍ୟ, ବିବାହର ୩ ମାସ ମଧ୍ୟରେ ରଣବୀର କପୁର ଓ ପତ୍ନୀ ଆଲିଆ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଥିଲେ। ନଭେମ୍ବର ମାସରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରଥମ ସନ୍ତାନର ପିତାମାତା ହେବେ ବୋଲି ସୂଚନା ରହିଛି। ଆଲିଆ ମଧ୍ୟ ଡାକ୍ତରଖାନାରେ ‘ସୋନୋଗ୍ରାଫି’ ବା ‘ଅଲ୍ଟ୍ରାସାଉଣ୍ଡ୍’ କରାଉଥିବା ବେଳର ଫଟୋ ସହିତ ସାମାଜିକ ଗଣମାଧ୍ୟମ ‘ଇନ୍ଷ୍ଟାଗ୍ରାମ୍’ରେ ବାର୍ତ୍ତା ସେୟାର୍ କରିଥିଲେ।