ରଣବୀରଙ୍କୁ ସମାଲୋଚନା କରି ଦାୟିତ୍ୱହୀନ ବୋଲି କହିଥିଲେ କଙ୍ଗନା, ଏବେ ଏଭଳି ଭାବେ କଙ୍ଗନାଙ୍କୁ କଡ଼ା ଜବାବ ଦେଲେ ଆଲିଆ

ମୁମ୍ବାଇ : କିଛି ଦିନ ତଳେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଅଭିନେତା ରଣବୀର କପୁରଙ୍କୁ ଦାୟିତ୍ୱହୀନ ବୋଲି କହିବା ସହ ସମାଲୋଚନା କରିଥିଲେ । ରଣବୀରଙ୍କୁ ରାଜନୀତି ବିଷୟରେ ପଚରାଯିବା ପରେ, “ମୁଁ ରାଜନୀତି ବିଷୟରେ କ’ଣ କହିବି? ଆମକୁ ଫିଲ୍ମ ବିଷୟରେ ପଚାର ଆମେ କହିବୁ । ଆମ ଘରକୁ ତ ବିଜୁଳି ପାଣି ଆସୁଛି” ବୋଲି କହିଥିଲେ ରଣବୀର । ଯାହା ପରେ କଙ୍ଗନା ଏହାର କଡ଼ା ଜବାବ ରଖି, “ଆପଣ ଦେଶ ପାଇଁ ଅଛନ୍ତି । ଆପଣଙ୍କ ଘର ଏଇଠି । ଏ ସବୁ ଦେଶବାସୀମାନଙ୍କର ଟଙ୍କା ଯେଉଁ ଟଙ୍କାରେ ଆପଣ ମର୍ସେଡିଜ୍‌ ଭଳି ଗାଡ଼ି ଚଢ଼ୁଛନ୍ତି । ଏଭଳି କଥା ଆପଣ କିପରି କହି ପାରୁଛନ୍ତି । ନିଜ ସହ ଦେଶବାସୀଙ୍କ କଥା ବି ଭାବନ୍ତୁ । ଯେଉଁମାନଙ୍କୁ ବିଜୁଳି ଏବଂ ପାଣି ମିଳୁ ନାହିଁ, ସେମାନଙ୍କ ପାଇଁ ସ୍ୱର ଉଠାନ୍ତୁ” ବୋଲି କହିଥିଲେ କଙ୍ଗନା ।

 

 

View this post on Instagram

 

Kudos to #KanganaRanaut she genuinely speaks very well says #aliabhatt

A post shared by Viral Bhayani (@viralbhayani) on

ଏବେ କଙ୍ଗନା ରଣବୀରଙ୍କୁ ନେଇ ଏଭଳି ବୟାନ ଦେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ କହିବା ଅନୁଯାୟୀ, “ମୋ ମଧ୍ୟରେ କୌଣସି ଜିନିଷକୁ ନେଇ ଖୋଲାଖୋଲି ଭାବରେ କହିବାର କ୍ଷମତା ନାହିଁ, ଯେମିତି କଙ୍ଗନା କୁହନ୍ତି । ମୁଁ ବାସ୍ତବରେ ତାଙ୍କୁ ବହୁତ ସମ୍ମାନ କରେ । ମୋ ବାପା ମୋତେ କୁହନ୍ତି, ଦୁନିଆରେ ପ୍ରତିଟି ଲୋକ ଗୋଟେ ବିଷୟକୁ ନେଇ ନିଜ ବିଚାର ରଖିଥାଏ । ସେ ମଧ୍ୟରେ ଯଦି ତୁମେ ନିଜର ବିଚାର ରଖୁନାହଁ, ତେବେ କିଛି ଫରକ ପଡ଼ିବ ନାହିଁ” ବୋଲି କହିଥିଲେ ଆଲିଆ ।

ସମ୍ବନ୍ଧିତ ଖବର