କାଟ୍ରିନା କୈଫ୍‌ଙ୍କୁ ଭଲ ସାଙ୍ଗ ଆଲିଆ ଭଟ୍ଟ ଦେଲେ ଏହି ଖାସ୍‌ ଉପହାର

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ନାୟିକା କାଟ୍ରିନା କୈଫ୍‌ ଆଜି ତାଙ୍କର ୩୫ ବର୍ଷରେ ପଦାର୍ପଣ କରିଲେ। ଏହି ଅବସରରେ ତାଙ୍କୁ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଜାଣନ୍ତି କି ଏହି ଅବସରରେ କାଟ୍ରିନାଙ୍କ ସବୁଠାରୁ ଭଲ ସାଙ୍ଗ ଆଲିଆ ଭଟ୍ଟ ତାଙ୍କୁ କି ଉପହାର ଦେଇଛନ୍ତି।

ଆଲିଆ ଭଟ୍ଟ ନିଜର ଇନଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଉଭୟଙ୍କର ଏକ ମସ୍ତିଭରା ଫଟୋ ସେଆର୍‌ କରି ଲେଖିଛନ୍ତି ‘ହାପିଏଷ୍ଟ ବାର୍ଥ ଡେ କାଟ୍ରିନା ’।

ବେଶୀ କିଛି ଦିନ ତଳେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ସଂପର୍କକୁ ଦେଖି ବଲିଉଡ଼ ନାୟିକା କାଟ୍ରିନା କୈଫ୍‌ ଖୁବ୍‌ ଚିନ୍ତାରେ ପଡ଼ିଯାଇଥିଲେ। ଏହି ନାୟିକାଜଣକ ହେଲେ କାଟ୍ରିନା କୈଫ୍‌। ସେ ହେଉଛନ୍ତି ଆଲିଆ ଭଟ୍ଟଙ୍କ ସବୁଠାରୁ ଭଲ ସାଙ୍ଗ। ଏଣେ ସେ ଅଭିନେତା ରଣବୀର କପୁରଙ୍କର ବି ପୂର୍ବତନ ପ୍ରେମିକା। କାଟ୍ରିନା କୈଫ୍‌ ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟଙ୍କ ସଂପର୍କକୁ ନେଇ ମୁହଁରେ କେବେ କିଛି କଥା ପ୍ରକାଶ କରିନାଥିଲେ , ହେଲେ ସେ ନିଜର ମନ କଥା ସୋସିଆଲ୍‌ ସାଇଟ୍‌ରେ ଉଲ୍ଲେଖ କରିଥିଲେ । ସେ ଲେଖିଥିଲେ ‘ଯାହା ଦେଖିବ, ତାହାକୁ ବିଶ୍ୱାସ କରିବ।’

କାଟ୍ରିନାଙ୍କର ଏଭଳି ମତ ପଛରେ ବି ଯଥାର୍ଥତା ରହିଛି। ତାଙ୍କର କହିବା କଥା ହେଲା ଯେ ରଣବୀର କପୁର ଏକାଧିକ ବାର ନିଜର ଗର୍ଲଫ୍ରେଣ୍ଡଙ୍କୁ ବଦଳାଇଛନ୍ତି। କେବେ ସୋନମ କପୁର ତ ପୁଣି କେତେବେଳେ ଦୀପିକା ପାଦୁକୋନ୍‌ ତ ପୁଣି କେବେ କଟ୍ରିନା କୈଫ୍‌। ଏପରିକି ପାକିସ୍ତାନୀ ନାୟିକା ମାହିରା ଖାନ୍‌ ଙ୍କ ସହ ବି ସେ ସଂପର୍କ ଯୋଡ଼ିଛନ୍ତି।ଏଭଳି ପରିସ୍ଥିତିରେ ରଣବୀର ଯେ ଆଲିଆଙ୍କ ସାଥ୍‌ ନ ଛାଡ଼ିବେ ତାହା କିଏ କହିବ? ଏଭଳି ଆଶଙ୍କା କରୁଛନ୍ତି କାଟ୍ରିନା କୈଫ୍‌। ଏଥିପାଇଁ ସେ ନିଜର ଭଲ ସାଙ୍ଗ ଆଲିଆଙ୍କୁ ସତର୍କ କରିବାକୁ ଚାହିଁଥିଲେ ।

ସମ୍ବନ୍ଧିତ ଖବର