ପରିବେଶ ପ୍ରଦୂଷଣ ପାଇଁ ନୁହେଁ ଏହି କାରଣ ପାଇଁ ଦୀପାବଳି ପାଳନ କରିବେ ନାହିଁ ଆଲିଆ ଭଟ୍ଟ

ମୁମ୍ବାଇ : ଖୁବ୍‌ କମ ସମୟ ମଧ୍ୟରେ ନିଜର ଜୀବନ୍ତ ଅଭିନୟ ଓ ସୁନ୍ଦରତା ପାଇଁ ବଲିଉଡ୍‌ର ଲୋକପ୍ରିୟ ନାୟିକା ପାଲଟିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଗୋଟେ ପରେ ଗୋଟେ ସୁପରହିଟ୍‌ ଫିଲ୍ମ କରିବା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ଅଭିନେତା ରଣବୀର କପୁରଙ୍କ ସହ ସଂପର୍କକୁ ନେଇ ସେ ଏବେ ଚର୍ଚ୍ଚାରେ ଥିବା ବେଳେ ଚଳିତ ବର୍ଷ ସେ ଦୀପାବଳି ପାଳନ କରିବେ ନାହିଁ ବୋଲି ଜଣା ପଡ଼ିଛି ।

Alia Bhatt
amarujala.com

ତେବେ ପରିବେଶ ପ୍ରଦୂଷଣ ପାଇଁ ନୁହେଁ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବାରୁ ସେ ଦୀପାବଳି ପାଳନ କରିବେ ନାହିଁ । ଦୀପାବଳି ପୂର୍ବରୁ ସେ ନିଜର ଆଗାମୀ ଫିଲ୍ମ ସଡକ-୨ପାଇଁ ଉଟି ଯାଇ ସାରିଛନ୍ତି । ସେଠାରେ ସେ ନିଜ ଭଉଣୀ ପୂଜା ଭଟ୍ଟ, ଅଭିନେତା ସଞ୍ଜୟ ଦତ୍ତ ଓ ଆଦିତ୍ୟ ରଏ କପୁରଙ୍କ ସହ ସଡକ-୨ର ସୁଟିଂ କରିବେ । ଫିଲ୍ମଟି ଜୁଲାଇ ୧୦, ୨୦୨୦ରେ ରିଲିଜ୍‌ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର