ମୁଁ ଆଲିଆ ଭଟ୍ଟ ନୁହେଁ, ମୁଁ ମୋର ନିଜସ୍ବ ପରିଚୟ ଚାହେଁ: ଆଲିଆଙ୍କ ହମ୍‌ସକଲ୍‌

ମୁମ୍ବାଇ: ମାଆ ବନିବାକୁ ଯାଉଥିବା ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ‘ହାଇୱେ’, ‘ରାଜି’, ‘ଗଙ୍ଗୁବାଇ’ ଆଦି ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ଆଲିଆ ନିଜ ପ୍ରତିଭାର ପ୍ରମାଣ ଦେଇ ସାରିଛନ୍ତି। କେବଳ ତାଙ୍କ ଅଭିନୟ ନୁହେଁ, ତାଙ୍କ ସୁନ୍ଦର ଚେହେରା ମଧ୍ୟ ଅନେକଙ୍କୁ ତା‌ଙ୍କର ପ୍ରଶଂସକ ହେବାକୁ ବାଧ୍ୟ କରିଛି। ତେବେ ଆପଣ ଜାଣିଥିବେ ନିଶ୍ଚୟ ଅବିକଳ ଆଲିଆଙ୍କ ଚେହେରା ପରି ଆଉ ଏକ ଚେହେରା ବି ରହିଛି। ଅର୍ଥାତ, ଜଣେ ଯୁବତୀ ଅବିକଳ ଆଲିଆଙ୍କ ପରି ଦିଶନ୍ତି। ଏପରିକି ଏହି କାରଣରୁ ସେ ସୋସିଆଲ୍‌ ମିଡିଆରେ ଖୁବ୍‌ ପରିଚିିତା। ଲୋକେ ତାଙ୍କୁ ‘ଆଲିଆଙ୍କ ହମ୍‌ସକଲ୍‌’ ବୋଲି ସମ୍ବୋଧନ କରିବାର ସୁଯୋଗ ଆଦୌ ଛାଡ଼ନ୍ତି ନାହିଁ। ମାତ୍ର ଏହି ସମ୍ବୋଧନରେ ସେ ଆଦୌ ବି ଖୁସି ନୁହଁନ୍ତି। ତାଙ୍କ ନାଁ ସେଲେଷ୍ଟି ବୈରାଗ୍ୟ।

 

ସେ କହନ୍ତି କି ସେ ଆଲିଆ ନୁହେଁ, ନିଜ ପରିଚୟରେ ପରିଚିତ ହେବାକୁ ଚାହାନ୍ତି। ସେ ସେଲେଷ୍ଟି ବୈରାଗ୍ୟ ଭାବେ ନିଜସ୍ବ ପରିଚୟ ବଜାୟ ରଖିବାକୁ ଚାହାନ୍ତି। ‘ଆଲିଆଙ୍କ ହମ୍‌ସକଲ୍‌’ ପରିଚୟକୁ ସେ ଆପଣେଇବାକୁ ଚାହାନ୍ତି ନାହିଁ। ଏପରିକି ଇନ୍‌ଷ୍ଟାରେ ତାଙ୍କର ଏକ ପୋଷ୍ଟ୍‌ ଭାଇରାଲ୍‌ ହୋଇଛି। ସେହି ପୋଷ୍ଟ୍‌ରେ ତାଙ୍କର ବିଭିନ୍ନ ଫଟୋ ଓ ଭିଡିଓର କୋଲାଜ ଦେଖିବାକୁ ମିଳିଛି। କୋଲାଜରେ ଲେଖାଯାଇଛି, ‘ମୁଁ ଆଲିଆ ଭଟ୍ଟ ନୁହେଁ’।

ସେଲେଷ୍ଟି ବୈରାଗ୍ୟଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୩୭୯ ହଜାର ଫଲୋର୍ସ ଅଛନ୍ତି। ଇନ୍‌ଷ୍ଟାରେ ପୋଷ୍ଟ୍‌ ହୋଇଥିବା ତ‌ାଙ୍କ ଭିଡିଓରେ ମିଲିଅନ୍‌ରୁ ଅଧିକ ଭିୟୁ ହୋଇ ସାରିଲାଣି।

ସମ୍ବନ୍ଧିତ ଖବର