ଏକ ଦଶନ୍ଧି ପୂର୍ବରୁ କରଣ ଜୋହରଙ୍କ ନିର୍ଦ୍ଦେଶିତ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ସହିତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସଫଳତାର ସହ ଅଭିନୟ କରିଥିବା ବଲିଉଡ ତାରକା ଆଲିଆ ଭଟ୍ଟ ବର୍ତ୍ତମାନ ଦେଶର ଅନ୍ୟତମ ପ୍ରମୁଖ ତାରକା ଅଟନ୍ତି। ଏକ୍ସପ୍ରେସ ଆଦାରେ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଲୋକମାନେ ଭାବୁଛନ୍ତି ମୁଁ କାଲ। କିଛି ଶୁଣି ପାରୁନି। ସେମାନଙ୍କର ଏଭଳି ମନ୍ତବ୍ୟକୁ ମୁଁ ଭଲ ପାଏ। ବାର୍ତ୍ତାଳାପରେ ସେ ତାଙ୍କ କ୍ୟାରିୟର ପସନ୍ଦ ଏବଂ ଆଗାମୀ ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ କହିଛନ୍ତି। ଆଲିଆ ରାଜି, ରାଜପଥ, ଗଲି ବଏ, ଉଡ଼୍ତା ପଞ୍ଜାବ ଏବଂ ସଦ୍ୟତମ ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଗଙ୍ଗୁବାଈ କାଠିଆୱାଡି ଭଳି ଅନେକ ଖ୍ୟାତନାମା ଚଳଚ୍ଚିତ୍ରରେ ଅଭିନୟ କରି ନିଜକୁ ଜଣେ ଅଗ୍ରଣୀ ମହିଳା ଭାବରେ ପ୍ରତିଷ୍ଠିତ କରିଛନ୍ତି। ସମାଲୋଚକ ଏବଂ ଦର୍ଶକଙ୍କ ପ୍ରିୟ ଆଲିଆ ଭଟ୍ଟ ଆଗାମୀ ନେଟଫ୍ଲିକ୍ସ ଫିଚର ‘ଡାର୍ଲିଙ୍ଗସ୍’ର ନିର୍ମାତା ଭାବରେ ଡେବ୍ୟୁ କରୁଛନ୍ତି। ଏହି ଚଳଚ୍ଚିତ୍ରଟି ସୁପରଷ୍ଟାର ଶାହରୁଖ ଖାନଙ୍କ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରଯୋଜିତ ହେଉଛି।
ଏକ୍ସପ୍ରେସ ଆଦା ଲାଇଭ ଅପଡେଟରେ ଆଲିଆ
/sambad/media/post_attachments/wp-content/uploads/2022/06/alia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)