ଆଗଧାଡ଼ିରେ ଆଲିଆ

ଅନେକ ସିନେମାର ଅଫର୍ ପାଇ ଏବେ ଆଲିଆ ଭାରି ବ୍ୟସ୍ତ। ତେବେ ଭିଡ଼ ଭିତରେ ଆଲିଆ ଏବେ ଦୁଇଟି ମାତ୍ର ପ୍ରୋଜକ୍ଟକୁ ଗୁରୁତ୍ବ ଦେଉଛନ୍ତି। ସଞ୍ଜୟ ଲୀଲା ଭଁସାଲୀଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ର ମାତ୍ର ଦୁଇଦିନର ସୁଟିଂ ରହିଛି। ଏହାପରେ ଆଲିଆଙ୍କୁ ହାଇଦ୍ରାବାଦ ଆସିବାକୁ ପଡ଼ିବ। କାରଣ ସେ ଏସଏସ ରାମୌଲୀଙ୍କ ‘ଆରଆରଆର’ ମୁଭିର ନାୟିକା ସାଜିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ଅତିକମ୍‌ରେ ତାଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ହାଇଦ୍ରାବାଦରେ ରହିବାକୁ ପଡ଼ିବ। ଆଲିଆ ଅଭିନୟ କରୁଥିବା ଏଇ ଦୁଇଟି ଚଳଚ୍ଚିତ୍ର ଆଗାମୀ ଛ’ମାସ ମଧ୍ୟରେ ମୁକ୍ତିଲାଭ କରିବ ବୋ‌ଲି ଜଣାପଡ଼ିଛି।

‘ସଙ୍ଘର୍ଷ’ ଫିଲ୍ମରୁ ଆରମ୍ଭ ହେଇଥିବା ଆଲିଆଙ୍କ ଅଭିନୟ ଯାତ୍ରା ‘ଷ୍ଟୁଡେଣ୍ଟସ ଅଫ ଦ ଇୟର’ରେ ଜମିଯାଇଥିଲା। ଏହାପରେ ହାଇୱେ, ଟୁ ଷ୍ଟେଟସ ଓ ହମ୍ପଟି ଶର୍ମା କି ଦୁହ୍ଲନିଆଁ ଏବଂ ଶାନଦାର, କପୁର ଆଣ୍ଡ ସନ୍‌ସ ଓ ଉଡତା ପଞ୍ଜାବ ଆଦି ମୁଭିରେ ଆଲିଆଙ୍କ ଡିମାଣ୍ଡ ବଢ଼ିଯାଇଥିଲା। ପୁଣି ଗଲି ବୟ, କଲଙ୍କ ଓ ଷ୍ଟୁଡେଣ୍ଟ ଅଫ ଦ ଇୟର-୨‌ରେ ନାୟିକା ସାଜିବ‌ା ପରେ ଆଲିଆଙ୍କ ଚାହିଦା ଆକାଶଛୁଆଁ ହେଇଯାଇଛି। କେବଳ ବଲିଉଡ୍ ନୁହେଁ ଦକ୍ଷିଣୀ ସିନେମା ଇଣ୍ଡଷ୍ଟ୍ରିରୁ ମଧ୍ୟ ଆଲିଆଙ୍କୁ ଅଫର୍ ମିଳିବା ପରେ ସେ ଏବେ ଆଗଧାଡ଼ିର ଅଭିନେତ୍ରୀଙ୍କ ମଧ୍ୟରେ ସବା ଆଗକୁ ଚାଲିଯାଇଛନ୍ତି।

ସମ୍ବନ୍ଧିତ ଖବର