ଆଲିଆଙ୍କପାଇଁ କାଟ୍ରିନା ଚିନ୍ତିତ ,ଜାଣନ୍ତୁ କାହିଁକି

ମୁମ୍ବାଇ: ଏବେ ବଲିଉଡ ତାରକା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ସବୁଠୁଁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ପ୍ରେମ ସଂପର୍କକୁ ଦେଖି ଲାଗୁଛି ଯେ ସେ ଦୁହେଁ ବିବାହ ବିନ୍ଧନରେ ଆବଦ୍ଧ ହେବେ।
ହେଲେ ଏହାକୁ ନେଇ ଜଣେ ବଲିଉଡ଼ ନାୟିକା ଖୁବ୍‌ ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ନାୟିକାଜଣକ ହେଲେ କାଟ୍ରିନା କୈଫ୍‌। ସେ ହେଉଛନ୍ତି ଆଲିଆ ଭଟ୍ଟଙ୍କ ସବୁଠାରୁ ଭଲ ସାଙ୍ଗ। ଏଣେ ସେ ଅଭିନେତା ରଣବୀର କପୁରଙ୍କର ବି ପୂର୍ବତନ ପ୍ରେମିକା। କାଟ୍ରିନା କୈଫ୍‌ ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟଙ୍କ ସଂପର୍କକୁ ନେଇ ମୁହଁରେ କେବେ କିଛି କଥା ପ୍ରକାଶ କରି ନାହାନ୍ତି। ହେଲେ ସେ ନିଜର ମନ କଥା ସୋସିଆଲ୍‌ ସାଇଟ୍‌ରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ‘ଯାହା ଦେଖିବ, ତାହାକୁ ବିଶ୍ୱାସ କରିବ।’
ବଲିଉଡର ସେଲିବ୍ରେଟିମାନେ ଏହାକୁ କାଟ୍ରିନାଙ୍କ କୋହଭରା କଥା ବୋଲି ବିଶ୍ୱାସ କରୁଛନ୍ତି।
କାଟ୍ରିନାଙ୍କର ଏଭଳି ମତ ପଛରେ ବି ଯଥାର୍ଥତା ରହିଛି। ତାଙ୍କର କହିବା କଥା ହେଲା ଯେ ରଣବୀର କପୁର ଏକାଧିକ ବାର ନିଜର ଗର୍ଲଫ୍ରେଣ୍ଡ ବଦଳାଇଛନ୍ତି। କେବେ ସୋନମ କପୁର ତ ପୁଣି କେତେବେଳେ ଦୀପିକା ପାଦୁକୋନ୍‌ ତ ପୁଣି କେବେ କାଟ୍ରିନା କୈଫ୍‌। ଏପରିକି ପାକିସ୍ତାନୀ ନାୟିକା ମାହିରା ଖାନ୍‌ ଙ୍କ ସହ ବି ସେ ସଂପର୍କ ଯୋଡ଼ିଛନ୍ତି।


ଏଭଳି ପରିସ୍ଥିତିରେ ରଣବୀର ଯେ ଆଲିଆଙ୍କ ସାଥ୍‌ ନ ଛାଡ଼ିବେ ତାହା କିଏ କହିବ? ଏଭଳି ଆଶଙ୍କା କରୁଛନ୍ତି କାଟ୍ରିନା କୈଫ୍‌। ଏଥିିପାଇଁ ସେ ନିଜର ଭଲ ସାଙ୍ଗ ଆଲିଆଙ୍କୁ ସତର୍କ କରିବାକୁ ଚାହିଁଛନ୍ତି।

ସମ୍ବନ୍ଧିତ ଖବର