ଆଲିଆ କେଉଁ ଅଭିନେତାଙ୍କ ସହ ଉତ୍ତେଜକ ଦୃଶ୍ୟ କରିବାକୁ ସହଜ ମନେ କରନ୍ତି

ମୁମ୍ବାଇ: ବଲିଉଡ଼ର ଚୁଲୁବୁଲି ନାୟିକା ଆଲିଆ ଭଟ୍ଟ ଅନେକ ସମୟରେ ନିଜର ମନ କଥା ଖୋଲିକି କହିଥାନ୍ତି। ଏଥିଲାଗି ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। । ଏଇ ନିକଟରେ ସେ ୨୦୧୩ରେ କହିଥିବା ଏକ କଥାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଆଲିଆ ଭଟ୍ଟ କରଣ ଜୋହରଙ୍କ ଚାଟ୍‌ ସୋ’ ‘କଫି ଉଇଥ କରଣ’ରେ କହିଥିଲେ ପ୍ରାୟ ୫ ବର୍ଷତଳେ।

ସେତେବେଳେ ତାଙ୍କୁ କରଣ ପ୍ରଶ୍ନ କରିଥିଲେ ଯେ କେଉଁ ଅଭିନେତାଙ୍କ ସହ ଉତ୍ତେଜକ ଦୃଶ୍ୟରେ ଅଭିନୟ କରିବାକୁ ସହଜ ମନେ କରିବେ। ଏହାର ଉତ୍ତରରେ ଆଲିଆ କହିଥିଲେ ଯେ ସେ ରଣବୀର କପୁରଙ୍କ ସହ ହଟ୍‌ ସିନ୍‌ କରିବାକୁ ଚାହାଁନ୍ତି। ତାଙ୍କର ଏହି ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏବେ ରଣବୀର ଏବଂ ଆଲିଆଙ୍କ ପ୍ରେମ ସଂପର୍କକୁ ନେଇ ବଜାର ଗରମ ଅଛି। ଆଲିଆ ଭଟ୍ଟ ନିଜର ପ୍ରେମ ସଂପର୍କ ଓ ଭାବି ପରିବାରର ଯୋଜନାର ଖୁଲାସା କରିଛନ୍ତି। ଆଲିଆ କହିଛନ୍ତି ଯେ,ବଲିଉଡ଼ର ଲୋକପ୍ରିୟ ନାୟକ ରଣବୀର କପୁରଙ୍କ ସହିତ ପ୍ରେମ ସଂପର୍କ ରଖିଛନ୍ତି। ରଣବୀରଙ୍କୁ ନେଇ ଘରସଂସାର କରିବାର ବି ସ୍ୱପ୍ନ ଦେଖୁଛନ୍ତି।

photo-indiatoday

ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ‘ରାଜି’କୁ ମିଳିଛି ବିପୁଳ ବ୍ୟାବସାୟିକ ସଫଳତା। ଏଣେ ସେ ଏବେ ତାଙ୍କର ତିନିଟି ନୂଆ ସିନେମା ‘ବ୍ରହ୍ମାସ୍ତ୍ର’, ‘କଲଙ୍କ’ ଏବଂ ‘ଗୁଲିବୟ’କୁ ଖୁବ୍‌ ଉତ୍ସାହିତ ଥିବା ଜଣାଯାଇଛି। ଆଲିଆ ଭଟ୍ଟ ଅନେକ ସମୟରେ ନିଜର ଭଲ ଅଭିନୟ ପାଇଁ ଚର୍ଚ୍ଚିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର