‘ଗଙ୍ଗୁବାଇ କାଠିୟାବାଡି’ ସେଟ୍‌କୁ ଫେରିବେ ଆଲିୟା

ଆଲିୟା ଭଟ୍ଟଙ୍କ ପ୍ରଶଂସକ ତାଙ୍କୁ ପୁଣି ବଡ଼ ପରଦାରେ ଦେଖିବାକୁ ଉତ୍ସାହିତ। ସଂଜୟ ଲୀଲା ଭଂସାଲିଙ୍କ ନିର୍ଦେଶନାରେ ଆସିବାକୁ ଯାଉଥିବା ଆଲିୟାଙ୍କ ପରବର୍ତୀ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ର ସୁଟିଂ ସରିଯିବାର ଥିଲା। ମାତ୍ର ଲକ୍‌ଡାଉନ୍‌ ଓ ବର୍ଷା ଯୋଗୁଁ ତାହା ସମ୍ଭବ ହୋଇପାରିନଥିଲା। ଆଲିୟା ଭଟ୍ଟଙ୍କ ଏହି ଚଳଚ୍ଚିତ୍ରର ସୁଟିଂ ପୁନର୍ବାର ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। କରୋନା ଯୋଗୁଁ ସିନେ ନିର୍ମାତା ଆଲିୟାଙ୍କୁ କମ୍‌ ‌ଲୋକଙ୍କ ଗହଣରେ ନେଇ ସୁଟିଂ କରିବେ। ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ର‌ଟି ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ପରଦାକୁ ଆସିବାର ଥିଲା। ମାତ୍ର କରୋନା ଯୋଗୁଁ ସୁଟିଂ ହୋଇପାରିନଥିଲା। ଏହାବ୍ୟତୀତ ଆଲିୟା ଆୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ ଏବଂ ବାହୁବଳୀ ଫେମ୍‌ ନିର୍ଦେଶକ ରାଜମୌଲିଙ୍କ ପରବର୍ତୀ ଫିଲ୍ମ ‘ଆର୍‌ଆର୍‌ଆର୍‌’‌‌ରେ ନଜର ଆସିବେ।

ସମ୍ବନ୍ଧିତ ଖବର