କେବଳ ସଲମାନ୍‌ ଖାନ୍‌ ନୁହନ୍ତି,ଏହି ବ୍ୟକ୍ତଙ୍କି ନାଆଁରେ ବି ଦୁଇଟି ୩୦୦ କୋଟିଆ ଫିଲ୍ମ!

ଗତ ବର୍ଷ ଡ଼ିସେମ୍ବର ୨୨ ତାରିଖରେ ରିଲିଜ୍‌ ହୋଇଥିବା ସଲମାନ୍‌ ଖାନ୍‌ ଓ କାଟ୍ରିନା କୈଫ୍‌ ଷ୍ଟାରର୍‌ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହେ’ ମାତ୍ର ୧୬ ଦିନରେ ତିନି ଶହ କୋଟିଆ କ୍ଲବ୍‌ରେ ସାମିଲ୍‌ ହୋଇଛି।ଏହି ସିନେମା ବକ୍ସଅଫିସ୍‌ରେ ସଲମାନ୍‌ ଖାନ୍‌ଙ୍କର ପୂର୍ବ ରେକର୍ଡ଼ ମଧ୍ୟ ବ୍ରେକ୍‌ କରିଛି।ଏବେ କେହି କେହି କହୁଛନ୍ତି ଯେ,‘ଟାଇଗର୍‌ ଜିନ୍ଦା ହେ’ ୫ ଶହ କୋଟି ଟଙ୍କା କ୍ଲବ୍‌ରେ ସାମିଲ୍‌ ହୋଇପାରେ!

ତେବେ ସେ ଯାହା ହେଉନା କାହିଁକି କେବଳ ସଲମାନ୍‌ ଖାନ୍‌ ନୁହଁନ୍ତି ଅନ୍ୟ ଦୁଇଜଣଙ୍କ ନାଆଁରେ ବି ଦୁଇଟି ୩ ଶହ କୋଟିଆ ଫିଲ୍ମ ରହିଛି।ଏହି ବ୍ୟକ୍ତି ଜଣଙ୍କ ହେଲେ ‘ଟାଇଗର୍‌ ଜିନ୍ଦା ହେ’ର ନିର୍ଦ୍ଦେଶକ ଅଲ୍ଲୀ ଅବ୍‌ବାସ ଜାଫର୍‌।ଏହି ସିନେମା ଯେ କେବଳ ସଲମାନ୍‌ ଖାନ୍‌ଙ୍କ ପାଇଁ ଏତେ ଭଲ ବ୍ୟବସାୟ କରିଛି,ତାହା କୁହାଯାଇ ନ ପାରେ,ବରଂ ଏହାର ସଫଳତା ପଛରେ ନିର୍ଦ୍ଦେଶକଙ୍କ ଭୂମିକାକୁ ବି ଅସ୍ୱୀକାର କରା ଯାଇ ନ ପାରେ।

photo- rediff.com

ଏ ଦୃଷ୍ଟିରୁ ‘ଟାଇଗର୍‌ ଜିନ୍ଦା ହେ’ ୩୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେବା ଫଳରେ ଏହାର ଶ୍ରେୟ ବି ପାଇବେ ନିର୍ଦ୍ଦେଶକ ଅଲ୍ଲୀ ଅବ୍‌ବାସ ଜାଫର୍‌। ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ସିନେମା ମଧ୍ୟ ପୂର୍ବରୁ ୩୦୦ କୋଟିରୁ ଅଧିକ ବ୍ୟବସାୟ କରିଛି।ଅଲ୍ଲୀ ଅବ୍‌ବାସ ଜାଫରଙ୍କ ଅନ୍ୟ ଯେଉଁ ଫିଲ୍ମ ୩୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଥିଲା,ତାହା ହେଲା ‘ସୁଲତାନ୍‌’।ଏହା ବି ଏକ ସଂଯୋଗ ଯେ, ସୁଲତାନ୍‌ରେ ବି ସଲମାନ୍‌ ଖାନ୍‌ ମେଲ୍‌ ଲିଡ଼୍‍ରେ ଥିଲେ।ଏହି ସିନେମାରେ ଅନୁଷ୍କା ଶର୍ମା ଥିଲେ ଫିମେଲ୍‌ ଲିଡ଼୍‍ରେ।

ସମ୍ବନ୍ଧିତ ଖବର