ନୂଆ ଲୁକ୍‌ରେ ଆଲିଆ ଭଟ୍ଟ

ପ୍ରଖ୍ୟାତ ନିର୍ଦ୍ଦେଶିତ ମହେଶ୍‌ ଭଟ୍ଟଙ୍କ କନ୍ୟା ଆଲିଆ ଭଟ୍ଟ ଜଣେ ଗ୍ଲାମରସ୍‌ ନାୟିକା ଭାବେ ବେଶ୍‌ ପରିଚିତ। କିନ୍ତୁ ସେ ‘ହାଇେଓ୍ଵ’ ଓ ‘ଉଡ଼୍‍ତା ପଞ୍ଜାବ୍‌’ଭଳି ସିନେମାରେ ନିଜର ନନ୍‌ ଗ୍ଲାମରସ୍‌ ରୋଲ୍‌ରେ ବି ଚର୍ଚ୍ଚିତ ହୋଇଥିଲେ। ସେ ଏହାପରେ ପୁଣି ଗ୍ଲାମରସ୍‌ ରୋଲ୍‌ରେ ଫେରିଥିଲେ ସୁପର୍‌ହିଟ୍‌ ସିନେମା ‘ବଦ୍ରିନାଥ୍‌କି ଦୁଲ୍‌ହନିଆଁ ରେ।

ଆଲିଆଙ୍କ ଲାଟେଷ୍ଟ୍‍ ଫିଲ୍ମ ହେଲା ‘ରାଜି’। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆଗାମୀ ବର୍ଷ ମଇ ୧୧ ତାରିଖରେ ପରଦାକୁ ଆସିବ। ଜଙ୍ଗ୍‌ଲୀ ପିକ୍‌ଚର୍ସ ଓ ଧର୍ମା ପ୍ରଡ଼କ୍‌ସନ୍‌ସ ବ୍ୟାନରରେ ନିର୍ମିତ ଏହି ସିନେମାର ଏକ ଫଟୋ ନିକଟରେ ରିଲିଜ୍‌ ହୋଇଛି। ପ୍ରଯୋଜନା ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏହି ଫଟୋକୁ ଆଲିଆଙ୍କ ଫୁଲ୍‌ ଏଥନିକ୍‌ ଅବତାର ବୋଲି କୁହାଯାଉଛି। ଏଥିରେ ସେ ଭିନ୍ନ ଭିନ୍ନ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଆଲିଆଙ୍କ କେଶ ଉନ୍ମୁକ୍ତ ହୋଇ ରହିଛି ଓ କାନରେ ଲମ୍ବା ଝୁମୁକା ଦେଖିବାକୁ ମିଳିଛି।

ତେବେ ସେ ଯାହା ହେଉନା କାହିଁକି ‘ରାଜି’ରେ ଆଲିଆ ଭଟ୍ଟଙ୍କ ନୂଆ ଲୁକ୍‌ ସଂପର୍କରେ ଜାଣି ହେଉଛି,କିନ୍ତୁ ତାଙ୍କର ଭୂମିକାକୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି। ଏହି ସିନେମାରେ ଭିକି କୌଶଲ୍‌ ଲିଡ଼୍‍ ରୋଲ୍‌ରେ ଅଛନ୍ତି। ଏହାର ପ୍ରଯୋଜନା କରୁଛନ୍ତି କରଣ ଜୋହର୍‌ ,ବିନୀତ୍‌ ଜୈନ,ହୀରୁ ଜୋହର,ଅପୂର୍ବା ମେହେଟ୍ଟା ଓ ପ୍ରୀତି ସାହନୀ ପ୍ରମୁଖ। ଆଲିଆ ‘ରାଜି’ର ଅଧିକାଂଶ ସୁଟିଂ କାଶ୍ମୀରରେ କରିଛନ୍ତି। ଏହି ସିନେମାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଆଲିଆ ଭଟ୍ଟ।

ସମ୍ବନ୍ଧିତ ଖବର