ମୁମ୍ବାଇ:ବଲିଉଡର ହଟ୍‌ ନାୟିକା ଆଲିଆ ଭଟ୍ଟ ଏବେ ପୁଣି ଥରେ ତାଙ୍କର ପ୍ରିୟ କୋ-ଷ୍ଟାର୍‌ଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଇତି ମଧ୍ୟରେ ଜଣେ ନିର୍ଦ୍ଦେଶକଙ୍କ ପାଖକୁ ଯାଇ କାମ ମାଗିଛନ୍ତି। ଏଠାରେ ଯେଉଁ କୋ-ଷ୍ଟାର୍‌ଙ୍କ କଥା କୁହାଯାଉଛି ସେ ହେଲେ ବରୁଣ ଧଓ୍ଵନ୍‌। ଆଲିଆ ପୁଣି ବରୁଣ ଧଓ୍ଵନ୍‌ଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Advertisment

ସେ ଚାହୁଁଛନ୍ତି ଯେ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ ତାଙ୍କୁ ‘ଜୁଡଓ୍ଵା-୩’ରେ ବରୁଣଙ୍କ ବିପକ୍ଷରେ କାଷ୍ଟ କରନ୍ତୁ। ‘ଜୁଡଓ୍ଵା-୨’ରେ ବରୁଣଙ୍କ ବିପକ୍ଷରେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ତାପସୀ ପାନୁ ଅଭିନୟ କରିଥିଲେ। ଏହା ସୁପରହିଟ୍‌ ହୋଇଥିଲା ।ଏଥିପାଇଁ ଆଲିଆ ନିଜେ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ଙ୍କୁ ଭେଟି ନିଜର ମନ କଥା କହିଛନ୍ତି। ଡେଭିଡ୍‌ ଧଓ୍ଵନ୍‌ ହେଉଛନ୍ତି ବରୁଣଙ୍କର ପିତା ।

publive-image photo-youtube

ଆଲିଆ ଏକ ଧମାଲ୍‌ କମେଡି ସିନେମାରେ କାମ କରିବାକୁ ଇଚ୍ଛୁକ। ବରୁଣ ଧଓ୍ଵନ୍‌ଙ୍କ ସହ ତାଙ୍କର ଯୋଡିକୁ ଦର୍ଶକ ସବୁ ବେଳେ ପସନ୍ଦ କରିଥିବା ହେତୁ ପୁଣି ଥରେ ଧମାକା କରିବାକୁ ଚାହାଁନ୍ତି ଆଲିଆ ଭଟ୍ଟ । ଆଗରୁ ବରୁଣ-ଆଲିଆ ଯୋଡି ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌’, ‘ହଂପଟି ଶର୍ମା କି ଦୁଲହନିଆ’ ଏବଂ ‘ବଦ୍ରିନାଥକି ଦୁଲହନିଆ’ ସିନେମାରେ ଏକାଠି ନଜର ଆସିଛନ୍ତି।