ଶ୍ରୀଦେବୀଙ୍କ ଅଭିନୀତ ଏହି ସିନେମାର ରିମେକରେ ଆଲିଆ ଭଟ୍ଟ

ମୁମ୍ବାଇ:ବଲିଉଡର ହଟ୍‌ ନାୟିକା ଆଲିଆ ଭଟ୍ଟ ଏକ ପୁରୁଣା ହିଟ୍‌ ସିନେମା ‘ଚାଲବାଜ୍‌’ର ରିମେକରେ କାମ କରିବେ ବୋଲି ଜଣାଯାଇଛି। ଏହାର ନିର୍ଦ୍ଦେଶନା ଦେବେ ପ୍ରଖ୍ୟାତ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ । ‘ଚାଲବାଜ୍‌’ର ରିମେକରେ ଆଲିଆ ଡବଲ ରୋଲରେ ନଜର ଆସିବେ ଏହାର ମୂଳ ସିନେମାରେ ବରିଷ୍ଠ ଅଭିନେତ୍ରୀ ଶ୍ରୀଦେବୀ ଅଭିନୟ କରିଥିଲେ।ଶ୍ରୀଦେବୀ ବି କହିଛନ୍ତି ଯେ ଆଲିଆ ଭଟ୍ଟ ହିଁ ଖୁବ୍‌ ଭଲ ପରଫରମାନସ୍‌ ଦେଇପାରିବେ ।ତେବେ ଏଥିରେ ଆଲିଆଙ୍କ ନାୟକ କିଏ ହେବେ ତାହା ଜଣାପଡ଼ି ନାହିଁ।

 

ଏବେ ପୁଣି ଥରେ ତାଙ୍କର ପ୍ରିୟ କୋ-ଷ୍ଟାର୍‌ଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଇତି ମଧ୍ୟରେ ଜଣେ ନିର୍ଦ୍ଦେଶକଙ୍କ ପାଖକୁ ଯାଇ କାମ ମାଗିଛନ୍ତି। ଏଠାରେ ଯେଉଁ କୋ-ଷ୍ଟାର୍‌ଙ୍କ କଥା କୁହାଯାଉଛି ସେ ହେଲେ ବରୁଣ ଧଓ୍ଵନ୍‌। ଆଲିଆ ପୁଣି ବରୁଣ ଧଓ୍ଵନ୍‌ଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଚାହୁଁଥିଲେ ଯେ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ ତାଙ୍କୁ ‘ଜୁଡଓ୍ଵା-୩’ରେ ବରୁଣଙ୍କ ବିପକ୍ଷରେ କାଷ୍ଟ କରନ୍ତୁ। ‘ଜୁଡଓ୍ଵା-୨’ରେ ବରୁଣଙ୍କ ବିପକ୍ଷରେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ତାପସୀ ପାନୁ ଅଭିନୟ କରିଥିଲେ। ଏହା ସୁପରହିଟ୍‌ ହୋଇଥିଲା ।ଏଥିପାଇଁ ଆଲିଆ ନିଜେ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ଙ୍କୁ ଭେଟି ନିଜର ମନ କଥା କହିଥିଲେ। ଡେଭିଡ୍‌ ଧଓ୍ଵନ୍‌ ହେଉଛନ୍ତି ବରୁଣଙ୍କର ପିତା । ଆଲିଆଙ୍କ ଅନୁଯାୟୀ ସେ ଏକ ଧମାଲ୍‌ କମେଡି ସିନେମାରେ କାମ କରିବାକୁ ଇଚ୍ଛୁକ।

photo-desiblitz.com

ଡେଭିଡ୍‌ ସାର୍‌ ତାଙ୍କୁ ନେବା ଲାଗି ମନ ବଳାଇଥିବାରୁ ସେ ଖୁବ୍‌ ଖୁସି ବୋଲି କହିଛନ୍ତି ଆଲିଆ ଭଟ୍ଟ। ବରୁଣ ଧଓ୍ଵନ୍‌ଙ୍କ ସହ ତାଙ୍କର ଯୋଡିକୁ ଦର୍ଶକ ସବୁ ବେଳେ ପସନ୍ଦ କରିଥିବା ହେତୁ ପୁଣି ଥରେ ଧମାକା କରିବାକୁ ଚାହାଁନ୍ତି ଆଲିଆ ଭଟ୍ଟ । ଆଗରୁ ବରୁଣ-ଆଲିଆ ଯୋଡି ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌’, ‘ହଂପଟି ଶର୍ମା କି ଦୁଲହନିଆ’ ଏବଂ ‘ବଦ୍ରିନାଥକି ଦୁଲହନିଆ’ ସିନେମାରେ ଏକାଠି ନଜର ଆସିଛନ୍ତି। ଯାହା ଜଣାପଡ଼ୁଛି ‘ଚାଲବାଜ୍‌’ର ରିମେକରେ ଆଲିଆଙ୍କ ନାୟକ ବି ବନିବେ ବରୁଣ। ଏଥିରେ ଅନ୍ୟ ଜଣେ ହିରୋଙ୍କୁ ବି ନିଆଯିବ।

ସମ୍ବନ୍ଧିତ ଖବର