‘ହେଲା ମତେ ପ୍ରେମ ଜର’, ‘ବାଳ- ଦି ରିଦିମ୍ ଅଫ୍ ଲାଇଫ୍’ ଓ ‘ଶେଷ ରାତି’ ଭଳି ଭିନ୍ନ ଭିନ୍ନ ସ୍ବାଦର ସିନେମାର ନିର୍ଦ୍ଦେଶକ ଅମରେଶ ପତିଙ୍କ ନୂଆ ସିନେମା ‘ଅଲିଅଳି ରାଜଜେମା’ର ପ୍ରିମିୟର ହେବାକୁ ଯାଉଛି। ‘ତରଙ୍ଗ’ ଚ୍ୟାନେଲ୍ ପାଇଁ ପ୍ରସ୍ତୁତ ଏହି ଟେଲି ସିନେମାର ପ୍ରଯୋଜନା କରିଛନ୍ତି ସଞ୍ଜୀବ ଦ୍ବିବେଦୀ। ଏଥିରେ କୁକିଜ୍ ସ୍ବାଇଁ, ସନ୍ଦୀପ, ପୃଥ୍ବୀରାଜ, ରାଜଲକ୍ଷ୍ମୀ ଓ ଅଳକା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଦର୍ଶକ କୁକିଜଙ୍କୁ ଦୁଇଟି ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତାକାଲି (୨୪ ତାରିଖ) ‘ଅଲିଅଳି ରାଜଜେମା’ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବ।
୨୪ରେ ‘ଅଲିଅଳି ରାଜଜେମା’
‘ହେଲା ମତେ ପ୍ରେମ ଜର’, ‘ବାଳ- ଦି ରିଦିମ୍ ଅଫ୍ ଲାଇଫ୍’ ଓ ‘ଶେଷ ରାତି’ ଭଳି ଭିନ୍ନ ଭିନ୍ନ ସ୍ବାଦର ସିନେମାର ନିର୍ଦ୍ଦେଶକ ଅମରେଶ ପତିଙ୍କ ନୂଆ ସିନେମା ‘ଅଲିଅଳି ରାଜଜେମା’ର ପ୍ରିମିୟର ହେବାକୁ ଯାଉଛି।
/sambad/media/media_files/2025/08/23/sfsfsfcxxc-2025-08-23-02-04-57.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)