ମଡେଲିଂରୁ ଅଭିନୟ ଆଡ଼କୁ ପାଦ ବଢ଼େଇଛନ୍ତି ଆଲିଶା ବ୍ରହ୍ମା

ମଡେଲିଂରୁ ଗ୍ଲାମର୍ ଜଗତ୍‌କୁ ପାଦ ବଢ଼େଇଥିବା ଆଲିଶା ବ୍ରହ୍ମା ଏହା ଭିତରେ କିଛି ସିନେମା ଓ ଆଲବମ୍ ଗୀତଦୃଶ୍ୟର ନାୟିକା ସାଜିଛନ୍ତି। ଚଳଚ୍ଚିତ୍ର ‘ଲାଗେ ମୋତେ କେମିତି କେମିତି’ରେ ଆଲିଶା ଦୁଷ୍ମନ୍ତଙ୍କ ବିପକ୍ଷର ନାୟିକା ସାଜିଥିଲେ। ଏହା ବ୍ୟତୀତ ‘ବର୍ଷାରାଣୀ’, ‘ଯୋଗୀ’ ଓ ‘ଆଜି ତୋ ପ୍ରେମରେ’ ଆଦି ମ୍ୟୁଜିକ୍ ଆଲବମ୍‌ରେ ସେ ନାୟିକା ସାଜିଛନ୍ତି। ‘ବର୍ଷାରାଣୀ’ ଗୀତଦୃଶ୍ୟ ଦେଖିବା ପରେ ଆଲିଶା ସିନେ ନିର୍ଦ୍ଦେଶକଙ୍କ ନଜରକୁ ଆସିଥିଲେ।

ବାଲେଶ୍ବରର ରଘୁନାଥ ବ୍ରହ୍ମା ଓ ବୈଜୟନ୍ତୀଙ୍କ ଝିଅ ଆଲିଶା ଏବେ ବଡ଼ ଓ ଛୋଟ ପରଦାରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ନିକଟରେ ତାଙ୍କୁ ଆଉ କିଛି ସୁଯୋଗ ମିଳିଛି ମାତ୍ର ନୂଆ ଚଳଚ୍ଚିତ୍ରଗୁଡ଼ିକର ଶୀର୍ଷକ ଘୋଷଣା କରାଯାଇନାହିଁ। ମଡେଲିଂ ଓ ଅଭିନୟ ସହିତ ଆଲିଶା ପାଠପଢ଼ାରୁ ବିରତି ନେଇନାହାଁନ୍ତି। ସେ ଏବେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ସି.ଏ କରୁଛନ୍ତି। ଅଭିନୟକୁ ନିଜର ନିଶା କହୁଥିବା ଆଲିଶା ସିନେମାର କାହାଣୀ ଓ କଳାକାରଙ୍କ ସମ୍ପର୍କରେ ନ ଜାଣିଲା ଯାଏ ଅଭିନୟ କରିବାକୁ ସମ୍ମତି ଦିଅନ୍ତି ନାହିଁ।

ସମ୍ବନ୍ଧିତ ଖବର