ଆଲିୟା ଭଟ୍ଟ କିଛି ଦିନ ହେଲା ମୁମ୍ବଈ ଅନ୍ତର୍ଗତ ମାହିମ ଓ କିଙ୍ଗ୍ ସର୍କଲ୍ ମଧ୍ୟରେ ଥିବା ବସ୍ତି ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି। ଅଙ୍ଗରକ୍ଷୀଙ୍କ ଗହଣରେ ଦୁର୍ଗନ୍ଧ ବସ୍ତିରେ ମୁହଁ ଢାଙ୍କି ଯିବା-ଆସିବା କରୁଛନ୍ତି। ବସ୍ତିରେ ତାଙ୍କର କେଉଁ କାମ? କ’ଣ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି? ନା, ନା! ଏହି ବସ୍ତିରେ ତାଙ୍କର ଆଗାମୀ ଫିଲ୍ମ ‘ଗଲୀ ବୟ’ର ସୁଟିଂ ଚାଲିଛି। ଫିଲ୍ମର କାହାଣୀ ଅନୁଯାୟୀ ନାୟକ ଓ ନାୟିକା ବସ୍ତି ଅଞ୍ଚଳର ରାପର୍। ତେଣୁ, କେତେକ ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ବସ୍ତିରେ ସୁଟିଂ କରାଯାଉଛି। ଆଉ ଇଚ୍ଛା ନ ଥିଲେ ବି ଆଲିୟା, ପ୍ରଯୋଜକ ଫରହାନ ଅଖ୍ତର ଓ ନିର୍ଦେଶିକା ଜୋୟା ଅଖ୍ତରଙ୍କୁ ‘ନା’ କହିପାରୁନାହାନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, ସୁକୁମାରୀ ଆଲିୟାଙ୍କୁ ଦୁର୍ଗନ୍ଧରୁ ରକ୍ଷା କରିବା ପାଇଁ ବସ୍ତିର ନାଳ-ନର୍ଦମା, ରାସ୍ତା-ଘାଟରେ ଦୈନିକ ବ୍ଲିଚିଂ ପାଉଡର୍ ଓ ଫିନାଇଲ୍ ସହ ଅତର ମଧ୍ୟ ଛିଞ୍ଚାଯାଉଛି! ପୁଣି ଏବେ ଆଉ ଏକ କାରଣ ଲାଗି ଚର୍ଚ୍ଚାରେ ଅଛନ୍ତି। ନିକଟରେ ‘ହମ୍ ଆପକେ ହୈ କୌନ୍ ’ରେ ଅଭିନୟ କରିଥିବା ଲୋକପ୍ରିୟ ଆଙ୍କର ତଥା ଅଭିନେତ୍ରୀ ରେଣୁକା ସାହାଣେ କହିଛନ୍ତି ଯେ ଫିଲ୍ମର ରିମେକ ଲାଗି ବରୁଣ-ଆଲିୟା ପରଫେକ୍ଟ ଯୋଡ଼ି।
ବସ୍ତିରେ ବୁଲୁଛନ୍ତି ଆଲିୟା, କାରଣ କ’ଣ ଜାଣନ୍ତୁ
/sambad/media/post_attachments/wp-content/uploads/2018/01/alia-varun-story_647_082017102804.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)