ଗୁମର ଫିଟାଇଲେ ଋଷି କପୁର୍‌, ଜାଣନ୍ତୁ କାହିଁକି ତାଙ୍କର ସବୁ ସମ୍ପତ୍ତି ପଡ଼ିଥିଲା ବନ୍ଧା

ମୁମ୍ବାଇ: ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ରାଜ କପୁର୍‌ଙ୍କ ପୁଅ ସିନେ ଅଭିନେତା ଋଷି କପୁର୍‌ ନିଜର ଏକ ଗୁମର ସର୍ବସଧାରଣରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ‘ମେରା ନାମ ଜୋକର୍‌’ ପାଇଁ ରାଜ କପୁର୍‌ ନିଜର ସମସ୍ତ ସମ୍ପତ୍ତିକୁ ବନ୍ଧା ପକାଇ ଦେଇଥିଲେ। ମାତ୍ର ଚଳଚ୍ଚିତ୍ରଟିକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ‘ମେରା ନାମ ଜୋକର’ର କ୍ଷତି ପରେ ମୋ ଭଳି ଜଣେ ନୂଆ ନାୟକଙ୍କୁ ନେଇ ‘ବବି’ ଚଳଚ୍ଚିତ୍ର କରିବା ଏକ ବିରାଟ ବଡ଼ ରିସ୍କ ଥିଲା। ମାତ୍ର ଡିମ୍ପଲ୍‌ଙ୍କ ସହ ମୋର ଡେବ୍ୟୁ ଚଳଚ୍ଚିତ୍ର ‘ବବି’ କପୁର୍‌ ପରିବାରକୁ ସର୍ବସାନ୍ତ ହେବାରୁ ବଞ୍ଚାଇ ଦେଲା।

ବୁଧବାର ରାଜ କପୁର୍‌ଙ୍କ ସମ୍ମାନରେ ଆୟୋଜିତ ହୋଇଥିବା ରାଜ କପୁର୍‌ ଆଓ୍ଵାର୍ଡ ଫର୍‌ ଏକ୍ସିଲେନ୍ସ ଇନ୍‌ ଏଣ୍ଟର୍‌ଟନ୍‌ମେଣ୍ଟ୍‌ ଉତ୍ସବରେ ଋଷି ନିଜ ଭାଇ ରନ୍ଧିର୍‌ କପୁର୍‌ ଏବଂ ରାଜୀବ କପୁର୍‌ଙ୍କ ସହ ଉପସ୍ଥିତ ଥିଲେ। ଏହି ଅବସରରେ ବତ୍କତା ଦେବା ସମୟରେ ସେ ତାଙ୍କ ଜୀବନର ଏପରି ଏକ ବଡ଼ ଘଟଣା ସଂପର୍କରେ ଖୁଲାସା କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଆଜିର ଯୁବପିଢ଼ିଙ୍କ ଭିତରେ କେବଳ ଖାନ୍‌ ଚଳଚ୍ଚିତ୍ର ଦେଖିବାର ଭୋକ ରହିଛି। ସେମାନେ କାହିଁକି କପୁର୍‌ଙ୍କୁ ଦେଖିବାକୁ ଚାହୁଁନାହାନ୍ତି? କରୀସ୍ମା କପୁର୍‌, କରୀନା କପୁର୍‌ ଓ ରଣବୀର କପୁର୍‌ଙ୍କୁ ଦେଖନ୍ତୁ। ଦର୍ଶକଙ୍କ ଭିତରେ ରାଜ କପୁର୍‌ ବଞ୍ଚି ରହିଛନ୍ତି ବୋଲି ସେ ଶେଷରେ କହିଛନ୍ତି।

ସମ୍ବନ୍ଧିତ ଖବର