ଗିରଫଦାରୀରୁ ଅଳ୍ପକେ ବର୍ତ୍ତିଲେ ସୋନାକ୍ଷୀ ସିହ୍ନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ସହିତ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଆଲହାବାଦ ହାଇକୋର୍ଟ ସୋନାକ୍ଷୀଙ୍କ ଗିରଫଦାରୀକୁ ରୋକି ଦେଇଛନ୍ତି। ସୋନାକ୍ଷୀ ଏହି ମାମଲାରେ କୋର୍ଟ ଓ ପୁଲସଙ୍କୁ ପୂରା ସାହାଯ୍ୟ କରିବେ ବୋଲି କହିଛନ୍ତି।

କୋର୍ଟଙ୍କ କହିବାନୁସାରେ, ଏହି ମାମଲା ସିଭିଲ ବିବାଦର, ଯାହାକୁ ଏଭଳି ଭାବେ ହିଁ ହ୍ୟାଣ୍ଡେଲ କରିବାକୁ ପଡିଥାଏ। ନିଜର ଗିରଫଦାରୀକୁ ଅଟକାଇବା ପାଇଁ ସୋନାକ୍ଷୀ କୋର୍ଟରେ ଆବେଦନ ପତ୍ର ଦାୟର କରିଥିଲେ। ବିଚାରପତି ନହିଦ ଅରା ମୁନିସ ଓ ବରେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କ ଖଣ୍ଡପୀଠରେ ସୋନାକ୍ଷୀଙ୍କ ଏକ ଆବେଦନର ଶୁଣାଣି କରି ଆଦେଶ ଦେଇଛନ୍ତି କି, ପୁଲିସ ଦ୍ୱାରା ଏହି ମାମଲାର ଯାଞ୍ଚ ରିପୋର୍ଟ ଦାଖଲ କରିବା ପର୍ଯ୍ୟନ୍ତ ଅଭିନେତ୍ରୀଙ୍କୁ ଗିରଫ କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ସୋନାକ୍ଷୀ ଓ ତାଙ୍କ ସହିତ ଜଡ଼ିତ ଥିବା ଦୁଇ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ବିରୋଧରେ ମୁରାଦାବାଦର କଟଘର ଥାନାରେ ପ୍ରମୋଦ ଶର୍ମା ୨୦୧୯ ଫେବ୍ରୁଆରି ୨୨ରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଠକେଇ ମାମଲା ରୁଜୁ କରିଥିଲା। ସୋନାକ୍ଷୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା କି, ତାଙ୍କୁ ଫିସ୍‌ ଦେବା ପରେ ବି ସେ ଇଭେଣ୍ଟରେ ପହଞ୍ଚି ନଥିଲେ। ଏହି ମାମଲାକୁ ନେଇ ଅଭିଯୋଗକାରୀ ଆତ୍ମହତ୍ୟା କରିବାକୁ ଉଦ୍ୟମ ବି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର