ଅଡ଼ୁଆରେ କରଣ ଜୋହର: ସୁଟିଂ ଶେଷ ନ ହେଉଣୁ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ର ଦୁଇ ନାୟିକାଙ୍କ ମଧ୍ୟରେ ଝଗଡ଼ା

ମୁମ୍ବାଇ: ୨୦୧୨ରେ ରିଲିଜ୍‌ ହୋଇଥିଲା କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆଲିଆ ଭଟ୍ଟ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ବରୁଣ ଧଓ୍ଵନ । ଫିଲ୍ମରେ ୩ଜଣଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିବା ବେଳେ ଏହି ଗୋଟେ ଫିଲ୍ମ ପରେ ଲୋକପ୍ରିୟ ହୋଇ ଯାଇଥିଲେ ଏହି ତିନି କଳାକାର । ଏହି ଫିଲ୍ମ ପରେ ୩ଜଣଙ୍କ ଫିଲ୍ମ କ୍ୟାରିୟର ଭଲ ଭାବରେ ଆଗକୁ ବଢ଼ିଥିବା ବେଳେ ଏବେ ଏମାନେ ବଲିଉଡ୍‌ର ଚର୍ଚ୍ଚିତ କଳାକାରମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ।

bollywoodbubble.com/

ତେବେ ପୁଣି ଥରେ ନବାଗତାମାନଙ୍କୁ ନେଇ ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟରର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଯାଉଛନ୍ତି କରଣ ଜୋହର । ପ୍ରଥମ ଭାଗରେ ଦୁଇ ଜଣ ହିରୋଙ୍କୁ ସାମିଲ କରାଯାଇଥିବା ବେଳେ ଏହାର ଦ୍ୱିତୀୟ ଭାଗରେ ଦୁଇ ଜଣ ନବାଗତା ଅଭିନେତ୍ରୀଙ୍କୁ ନେଇ ଫିଲ୍ମଟି ନିର୍ମାଣ କରାଯାଉଛି । ଦୁଇ ନବାଗତା ତାରା ସୁତାରିଆ ଏବଂ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଥିବା ବେଳେ ଦୁଇ ଜଣଙ୍କର ହିରୋ ସାଜିଛନ୍ତି ଟାଇଗର ଶ୍ରଫ୍‌ । କିନ୍ତୁ ଫିଲ୍ମର ସୁଟିଂ ଶେଷ ନ ହେଉଣୁ ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ କ୍ୟାଟ୍‌ ଫାଇଟ୍‌ ଆରମ୍ଭ ହୋଇ ଯାଇଛି । ଦୁଇ ଜଣ ପ୍ରଥମ କରି ବଲିଉଡ୍‌ରେ ପାଦ ରଖୁଥିବା ବେଳେ କିଏ ଅଧିକ ଭଲ ଦିଶିବ ଏବଂ ଭଲ କାମ କରିବ ସେ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି । ସୁଟିଂ ଆରମ୍ଭରୁ ହଁ ସେମାନେ ସାମାନ୍ୟ ପୋଷାକ ପାଇଁ ଝଗଡ଼ା କରିଥିଲେ । ଦୁଇ ଜଣଙ୍କୁ ବୁଝାଇବା ପାଇଁ କ୍ରୁ ମେମ୍ବରଙ୍କୁ ଅନେକ ସମୟ ଲାଗିଥିଲା । ଏଭଳି ପରିସ୍ଥିତିରେ ସୁଟିଂ କିପରି ସାରିବେ ସେ ନେଇ ଅଡ଼ୁଆରେ ପଡ଼ିଛନ୍ତି କରଣ ।

ସମ୍ବନ୍ଧିତ ଖବର