ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନଙ୍କ ସିନେମା ‘ପୁଷ୍ପା ୨’ ଚଳିତ ବର୍ଷ ଡିସେମ୍ବର ୦୫ ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଅଲ୍ଲୁ ତାଙ୍କର ଏହି ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ଖବର ଆସିଛି କି ଅଲ୍ଲୁଙ୍କ ପ୍ରଶଂସକ ବୋଲି ପରିଚୟ ଦେଇ କିଛି ଲୋକ ହାଇଦ୍ରାବାଦର ଏକ ଘରୋଇ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଆକ୍ରମଣ କରି ଅନେକ ଭଙ୍ଗାରୁଜା କରିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ହେବ ସୋସିଆଲ୍ ମିଡିଆରେ ଅଲ୍ଲୁ ଅର୍ଜୁନଙ୍କୁ ପସନ୍ଦ କରୁ ନଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ପଛରେ ରାଜନୈତିକ କାରଣ ଥିବା କୁହାଯାଉଛି। ଅଭିନେତା ୱାଇଏସଆର କଂଗ୍ରେସକୁ ସମର୍ଥନ କରୁଥିବା ନେଇ ଅଲ୍ଲୁଙ୍କ ପ୍ରଶଂସକମାନେ ରାଗିଛନ୍ତି।
ଏହି କାରଣରୁ ଅନେକ ୟୁଟ୍ୟୁବ୍ ଚ୍ୟାନେଲରେ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଅନେକ ପ୍ରକାରର ଭୁଲ ଏବଂ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ଅନେକ ନକଲି ୟୁଟ୍ୟୁବ୍ ଥମ୍ବନେଲ ପୋଷ୍ଟ କରାଯାଉଛି। ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଏକ ନକଲି ଆପତ୍ତିଜନକ ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ହାଇଦ୍ରାବାଦର ଶ୍ରୀନଗର କଲୋନିରେଥିବା ଏକ ୟୁଟ୍ୟୁବ ଚ୍ୟାନେଲର କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ।
ଆକ୍ରମଣକାରୀ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର ଏବଂ ଡେସ୍କଟପ୍ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନେଇ ପୁଲିସ କହିଛନ୍ତି, ‘ଏଯାବତ ଆମ ପାଖରେ ଏହାକୁ ନେଇ କୌଣସି ପ୍ରକାର ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ନିଶ୍ଚିତ ତଦନ୍ତ ଆରମ୍ଭ କରିବୁ।’
ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨: ଦ ରୁଲ' ସିନେମାର ଟ୍ରେଲରକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । 'ପୁଷ୍ପା ୨' ସାରା ବିଶ୍ୱରେ ମୁକ୍ତିଲାଭ କରିବ, ଯାହାର ପ୍ରମୋସନ କାମ ଆରମ୍ଭ ହୋଇ ଯାଇଛି । ତେବେ ଏହାରି ମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । 'ପୁଷ୍ପା ୨: ଦ ରୁଲ'ର ଟ୍ରେଲର ୧୭ ନଭେମ୍ବରରେ ପାଟନାରେ ରାତି ୦୬.୦୩ରେ ମୁକ୍ତିଲାଭ କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/12/umo5itvAOC7ZR15I3EGc.jpg)