ମୁମ୍ବାଇ: ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ର ଅଭୂତପୂର୍ବ ସଫଳତା ପରେ ଏବେ ନିର୍ମାଣ ହେଉଛି ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍’। ପ୍ରଥମ ଭଗର କାହାଣୀ, ଗୀତ ଓ ଡାଏଲଗ ଲୋକପ୍ରିୟ ହୋଇଥିବା ବେଳେ ଦ୍ବିତୀୟ ଭାଗକୁ ବ୍ଲକବଷ୍ଟର କରିବାକୁ ଯୋଜନା କରୁଛନ୍ତି ନିର୍ମାତା। ତେବେ ଫିଲ୍ମଟି ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଥିବା ଜଣାପଡ଼ିଛି। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ 'ପୁଷ୍ପା ୨' ରିଲିଜ୍ ପୂର୍ବରୁ ମଧ୍ୟ 'ଆରଆରଆର' ଏବଂ 'ବାହୁବଲୀ ୨' ଭଳି ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି।

Advertisment

'ପୁଷ୍ପା ୨'ର ଅଡିଓ ରାଇଟ୍ସ ୬୫କୋଟି ଟଙ୍କାରେ ବିକ୍ରି ହୋଇଛି ବୋଲି ଜଣପଡ଼ିଛି। ରିଲିଜ୍ ପୂର୍ବରୁ 'ବାହୁବଲୀ ୨'ର ଅଡିଓ ରାଇଟ୍ସ  ୧୦କୋଟିରେ ବିକ୍ରି ହୋଇଥିବା ବେଳେ 'ଆରଆରଆର' ର ରାଇଟ୍ସ ୨୫କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହାକୁ ଦେଖିଲେ ଅଡିଓ ରାଇଟ୍ସ ବିକ୍ରିରେ 'ଆରଆରଆର' ଏବଂ 'ବାହୁବଲୀ ୨'କୁ ପଛରେ ପକାଇଛି 'ପୁଷ୍ପା ୨'।

ରିପୋର୍ଟ ଅନୁଯାୟୀ, ଦର୍ଶକମାନେ 'ପୁଷ୍ପା: ଦି ରୁଲ୍'ରେ ଅନେକ ନୂଆ ଜିନିଷ ଦେଖିବାକୁ ପାଇବେ। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ଲୁକ୍ ମଧ୍ୟ ଅଲଗା ରହିଥିବା ଜଣାପଡ଼ିଛି। କୁହାଯାଉଛି ଯେ, ଅଲ୍ଲୁ ଅର୍ଜୁନ ପ୍ରଥମେ ଫିଲ୍ମ ପାଇଁ ୧୫୦ କୋଟି ଟଙ୍କା ମାଗିଥିବା ବେଳେ ଶେଷରେ ସେ ୧୨୫ କୋଟିରେ ଫିଲ୍ମ କରିବାକୁ ରାଜି ହୋଇଥିଲେ। ରିପୋର୍ଟ ଅନୁଯାୟୀ, ପୁଷ୍ପା-୨, ପ୍ରଥମ ଭାଗଠାରୁ ଅଧିକ ଆୟ କରିବ ବୋଲି ଅଲ୍ଲୁ ବିଶ୍ବାସ କରୁଥିବା ସହ ବ୍ଲକବଷ୍ଟର ବାହୁବଲୀ ୨ ଏବଂ କେଜିଏଫ୍ ୨ଠାରୁ ଅଧିକ ଆୟ କରିବ ବୋଲି ନିଶ୍ଚିତ ଅଛନ୍ତି। ପୁଷ୍ପା ୨ ସମସ୍ତ ବକ୍ସ ଅଫିସ୍ ରେକର୍ଡକୁ ଭାଙ୍ଗିବ ବୋଲି ଅଲ୍ଲୁ ନିଶ୍ଚିତ ଥିବା କୁହାଯାଉଛି।