ମୁମ୍ବାଇ: ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କ ଅଭିନୟ ଦକ୍ଷତା ସହ ନିଜର ବାସ୍ତବ ଜୀବନକୁ ନେଇ ମଧ୍ୟ ବେଶ୍ ଜଣାଶୁଣା।
ତାଙ୍କ ପରି ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ମଧ୍ୟ ବେଶ୍ ଜଣାଶୁଣା। ଆପଣ ଜାଣନ୍ତି କି ସେମାନଙ୍କ ଜୀବନରେ ଏପରି ପରିସ୍ଥିତି ଥିଲା, ଯଦି ଏହାର ସମାଧାନ ହୋଇନଥାନ୍ତା ତେବେ ଅଲ୍ଳୁ ଅର୍ଜୁନ ଓ ସ୍ନେହାଙ୍କର ବିବାହ ହୋଇପାରିନଥାନ୍ତା।
ଏହି ସୁପରଷ୍ଟାରର ଷ୍ଟାରଡମ୍ ଏବଂ ଧନସଂପତ୍ତି ଦେଖି ସ୍ନେହାଙ୍କ ପିତା ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ବି ହାର୍ ମାନିନଥିଲେ ଅଲ୍ଲୁ। ସେ ନିଜ ଶଶୁରଙ୍କୁ ମନେଇବାକୁ ପାଇଁ ଅନେକ ପ୍ରକାରର ଚେଷ୍ଟା କରି ଶେଷରେ ସଫଳ ହୋଇଥିଲେ।
ଅଲ୍ଲୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଆମେରିକା ଯାଇଥିଲେ। ଏଠାରେ ସେ ସ୍ନେହା ରେଡ୍ଡୀଙ୍କୁ ଭେଟିଥିଲେ। ପ୍ରଥମ ସାକ୍ଷାତ୍ରେ ଅଭିନେତା ତାଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ ସ୍ନେହାଙ୍କ ନମ୍ବର ମାଗିବାକୁ ସାହସ ନଥିଲା। ଲକ୍ଷ ଲକ୍ଷ ହୃଦୟର ରାଜ୍ କରୁଥିବା ଏହି ଅଭିନେତା ବାହା ହେବା ପାଇଁ ସ୍ନେହାଙ୍କ ପାଖରେ ଅଟକି ଯାଇଥିଲେ।
ଯାହାବି ହେଉ, ପରବର୍ତ୍ତୀ ସମୟରେ ସେ ସ୍ନେହାଙ୍କ ନମ୍ବର ପାଇବାରେ ସମର୍ଥ ହେଲେ। ଦୁଇ ଜଣଙ୍କ ମଧ୍ୟରେ ଆଗ ବନ୍ଧୁତା ହେଲା। ପରେ ସେହି ବନ୍ଧୁତ୍ବା ପ୍ରେମରେ ପରିଣତ ହେଲା।
ହେଲେ ସେ ଦୁହିଁଙ୍କ ବିବାହ କରିବାକୁ ଆଦୌ ବି ରାଜି ହୋଇନଥିଲେ ସ୍ନେହାଙ୍କ ବାପା। ଶେଷରେ ଅଲ୍ଲୁ ଅର୍ଜୁନଙ୍କ ବାପା ନିଜ ପୁଅର ଭଲପାଇବାକୁ ବୁଝିପାରି ସ୍ନେହାଙ୍କ ବାପାଙ୍କ ସହ କଥା ହେବାକୁ କଥା ଆଗେଇଥିଲା।