ହାଇଦ୍ରାବାଦ: ଅଲୁ ଅର୍ଜୁନ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ତାଙ୍କ ଚଳଚ୍ଚିତ୍ର ପୁଷ୍ପା-୨ର ପ୍ରିମିୟର କରିବାକୁ ଯାଇଥିଲେ। ନିଜର ଏହି ଗସ୍ତ ସମ୍ପର୍କରେ ଅଲୁ କାହାକୁ କିଛି ନଜଣାଇ ପ୍ରଶଂସକଙ୍କ ଭିଡ ମଧ୍ୟରେ ପହଞ୍ଚି ଯାଇଥିଲେ।
ଏହି ସୂଚନା ପାଇବାପରେ ଲୋକମାନେ ଅଭିନେତାଙ୍କୁ ଦେଖିବା ପାଇଁ ଦୌଡାଦୌଡି ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ନିଜର ପରିବାର ସହିତ ସିନେମା ଦେଖିବାକୁ ଯାଇଥିବା ରେବତୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସହ ଥିବା ୯ବର୍ଷର ପୁଅ ଏହି ଘଟଣାେରେ ଗୁରୁତର ଆହତ ହୋଇଥିଲା। ଗୁରୁତର ଆହତ ଶିଶୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରଯାଇଛି।
ଏହି ଘଟଣା ପରେ ସୋସିଆଲ ମିଡିଆରେ ଅଲୁଙ୍କୁ ତୀବ୍ର ନିନ୍ଦା କରାଯାଇଥିଲା। ଏହି ନିନ୍ଦା ଭିତରେ ଖବର ଆସିଛି କି ଅଲୁ ଅର୍ଜୁନଙ୍କ ଟିମ ସଦସ୍ୟ ବନି ବାସୁ ଦଳାଚକଟାରେ ପ୍ରାଣହରାଇଥିବା ରୋବତୀଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
ଅଲୁ ଅର୍ଜୁନଙ୍କ ଟିମର ସଦସ୍ୟ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇ କହିଛନ୍ତି, ‘ଅଭିନେତାାଙ୍କ ନିକଟତର ବନ୍ଧୁ ବନି ବାସୁ ହସ୍ପିଟାଲରେ ପହଞ୍ଚି ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ପ୍ରାଣହରାଇଥିବା ରେବତୀଙ୍କ ଫେରିବାରକୁ ଭେଟିଛନ୍ତି। ଏଥିସହିତ ଦଳାଚକଟାରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରେବତୀଙ୍କ ୯ବର୍ଷର ପୁଅଙ୍କୁ ଭେଟି ଡାକ୍ତରଙ୍କ ସହିତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଶିଶୁର ଚିକିତ୍ସାମାନେ ଯାହା ସାହାଯ୍ୟ ଆବଶ୍ୟକ ସେବସୁ ଦେବାକୁ ଅଲୁ ଅର୍ଜୁନଙ୍କୁ ଟିମ ପ୍ରସ୍ତୁତ ଅଛି।