ମୁମ୍ବାଇ: ଆଜିକାଲି ସ୍କୁଲ ପଢ଼ୁଆ ପିଲାଙ୍କ ଠାରୁ ଆରମ୍ଭ କରି ଯୁବତୀମାନେ ବି ମଦ ପିଉଥିବା ଘଟଣା ସାମ୍ନାକୁ ଆସିଛି। ତେବେ ମଦ ଆମ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଜାଣିବା ସତ୍ତ୍ବେ ବି ଲୋକେ ଏଥିରୁ ନିଜକୁ ନିବୃତ୍ତ ରଖି ପାରୁ ନାହାନ୍ତି। ଫିଲ୍ମ ଦୁନିଆରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଲାଗି ରହିଥାଏ। ଏହି କାର୍ଯ୍ୟକ୍ରମରେ ଭୋଜିଭାତ, ମଦ ଓ ମାଂସରେ ଅନେକ କଳାକାର ବୁଡ଼ି ରହିଥାଆନ୍ତି। ନିକଟରେ ଏମିତି ଏକ ଖବର ପ୍ରକାଶ ପାଇଛି ଯେଉଁଥିରେ କେଉଁକେଉଁ କଳାକାର ମଦକୁ ନା କହି ଦେଇଛନ୍ତି ଆସନ୍ତୁ ଜାଣିବା।

Advertisment

ମଦକୁ ସବୁଦିନ ପାଇଁ ନା କହିଥିବା ତାଲିକାରେ ଅଛନ୍ତି ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ସମନ୍ଥା ମଦକୁ ପସନ୍ଦ କରନ୍ତି ନାହିଁ। ସେ ଏକ ସୁସ୍ଥ ଜୀବନ ବିତାଇ ଥାଆନ୍ତି।

ଏହି କ୍ରମରେ ସୃତି ହାସନ କହିଛନ୍ତି, ‘ମୁଁ ପୂର୍ବରୁ ମଦ ପିଉଥିଲୁ। କିନ୍ତୁ ଏମିତି କିଛି ପରିସ୍ଥିତି ପଡ଼ିଥିଲା କି ମୁଁ ମଦକୁ ଛି କହିଦେଇଛି। ଗତ ୬ବର୍ଷ ହେବ ମଦ ଛାଡ଼ି ଦେଇଛି।’

ସେହିପରି ସାଉଥ ସୁପରଷ୍ଟାର ମହେଶ ବାବୁ ବି ମଦ ପଉଥିଲେ। କିନ୍ତୁ ସେ କିଛିଦିନ ହେବ ମଦ ଠାରୁ ନିଜକୁ ଦୂରେଇ ରଖିଛନ୍ତି।

ସରବନନ ଶିବକୁମାରଙ୍କୁ ଲୋକେ ସୂର୍ଯା ନାମରେ ଜାଣିଛନ୍ତି। ଶିବକୁମାର ତାଙ୍କର ହେତୁ ପାଇଲା ଦିନ ଠାରୁ ମଦ ପିଇବାକୁ ପସନ୍ଦ କରନ୍ତି ନାହିଁ।

ବାହୁବଳୀ ଫେମ ପୂର୍ବରୁ ମଦ ଓ ସିଗାରେଟ ପିଉଥିଲେ। କିନ୍ତୁ ସେ ବି ଏଇ କିଛିହେବ ମଦ ଓ ସିଗାରେଟ ଠାରୁ ଦୂରେଇ ଯାଇଛନ୍ତି।

ଅଲ୍ଲୁ-ଅର୍ଜୁନ ତାଙ୍କ ସ୍ବାସ୍ଥ୍ୟକୁ ଖୁବ ଭଲ ପାଆନ୍ତି। ସେଥିପାଇଁ ସେ ନିଶାଯାତ ଦ୍ରବ୍ୟକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏହି କ୍ରମରେ ଏକ ସାକ୍ଷାତକାରରେ କାଜଲ ଅଗ୍ରୱାଲ କହିଥିଲେ କି, ତାଙ୍କୁ ମଦ ଓ ସିଗାରେଟ ଆଦୌ ପସନ୍ଦ ନୁହେଁ।’ ଅଭିନେତ୍ରୀ ତୃଷ୍ଣା  କୃଷ୍ଣନ ବି ଏହି ତାଲିକାରେ ରହିଛନ୍ତି। ସେ ବି ମଦ ପିଇବାକୁ କି ମଦ ପିଉଥିବା ଲୋକଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ।