ନୂଆଦିଲ୍ଲୀ: ପୁଣି ବଦଳିଲା 'ପୁଷ୍ପା-୨'ର ରିଲିଜ ତାରିଖ | ୨୦୨୪ର ବହୁ ପ୍ରତିକ୍ଷିତ ଫିଲ୍ମ 'ପୁଷ୍ପା-୨' କେବେ ରିଲିଜ ହେବ ଏହାକୁ ଅନାଇ ବସିଛନ୍ତି ଅଲୁ ଅର୍ଜୁନଙ୍କ ପ୍ରଶଂସକ | ହେଲେ ଏବେ ଫିଲ୍ମର ରିଲିଜ୍ ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି | ପୂର୍ବରୁ ଫିଲ୍ମଟି ଡିସେମ୍ବର ୬ରେ ରିଲିଜ ହେବାକୁ ଥିବା ବେଳେ ଏବେ ଏହାର ତାରିଖ ବଦଳାଇଛନ୍ତି ନିର୍ମାତା | କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ | କାରଣ ଫିଲ୍ମଟି ଏବେ ଗୋଟାଏ ଦିନ ଆଗୁଆ ରିଲିଜ ହେବ | ଅର୍ଥାତ ଡିସେମ୍ବର ୬ ପରିବର୍ତ୍ତେ ଏବେ ଫିଲ୍ମଟି ଡିସେମ୍ବର ୫ରେ ରିଲିଜ ହେବ |
ଯଦି ଆମେ 'ପୁଷ୍ପା-୨'ର ଟ୍ରାକ୍ ରେକର୍ଡକୁ ଦେଖିବା, ତେବେ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଅନେକ ଥର ପରିବର୍ତ୍ତନ କରାଯାଇଛି | ପ୍ରଥମେ ଏହି ଚଳଚ୍ଚିତ୍ର ଜୁନ୍ ୨୦୨୪ରେ ମୁକ୍ତିଲାଭ କରିବାର ଥିଲା | କିନ୍ତୁ ଏହା ପରେ ଅଗଷ୍ଟକୁ ଘୁଞ୍ଚିଥିଲା | ହେଲେ କାମ ନସରିବାରୁ ଏହା ପୁଣି ଡିସେମ୍ବର ୬କୁ ଘୁଞ୍ଚିଥିଲା | ହେଲେ ଏବେ ଆହୁରି ଆଗକୁ ନ ଘୁଞ୍ଚାଇ ନିର୍ମାତା ଏହାକୁ ଧାର୍ଯ୍ୟ ତାରିଖର ଗୋଟେ ଦିନ ଆଗୁଆ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/24/Uj3X8FMNQYukrYjGt2OD.jpg)