ନୂଆଦିଲ୍ଲୀ: ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଘୋଷଣା ହେବା ଦିନଠାରୁ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଟିଜର ରିଲିଜ୍ ପରେ ଫିଲ୍ମ ରିଲିଜ୍କୁ ନେଇ ଲୋକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି | ଲୋକମାନେ ଫିଲ୍ମକୁ କେତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ତାହାର ପ୍ରମାଣ ବର୍ତ୍ତମାନ ବୁକମାଇସୋରେ ଦେଖିବାକୁ ମିଳିଛି | ଏଠାରେ ଲୋକମାନେ ଫିଲ୍ମ ପ୍ରତି ଆଗ୍ରହ ଦେଖାଇଛନ୍ତି |

Advertisment

'ପୁଷ୍ପା ୨' ପାଇଁ ବୁକ୍ ମାଇ ସୋ’ରେ ୩ଲକ୍ଷ ୧୯ହଜାର ଲୋକ ଆଗ୍ରହୀ ଥିବା ଦେଖିବାକୁ ମିଳିଛି। ୨୦୨୪ରେ ରିଲିଜ୍ ହୋଇଥିବା ଫିଲ୍ମ ପାଇଁ ଏତେ ଲୋକ ଆଗ୍ରହୀ ନଥିଲେ । ୨୦୨୪ରେ ପ୍ରଥମ ଥର ପାଇଁ କୌଣସି ଫିଲ୍ମକୁ ନେଇ ଏତେ ଲୋକ ଆଗ୍ରହୀ ଥିବା ଜଣାପଡ଼ିଛି। ଏହା ସହିତ 'ପୁଷ୍ପା ୨' ରିଲିଜ ପୂର୍ବରୁ ଅନ୍ୟ ବଡ଼ ବଜେଟ ଫିଲ୍ମକୁ ପଛରେ ପକାଇଛି। 

'ପୁଷ୍ପା ୨: ଦି ରୁଲ'ର ନିର୍ମାତାମାନେ ସୋସିଆଲ ମିଡିଆରେ ଏହା ବିଷୟରେ ଘୋଷଣା କରି ଜାତୀୟ ପୁରସ୍କାର ବିଜେତା ଅଲୁ ଅର୍ଜୁନଙ୍କ ଏକ ଚମତ୍କାର ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ 'ପୁଷ୍ପା ୨'ରେ ଥିବା ତାଙ୍କ ଲୁକରେ ଅଲ୍ଲୁ ଅର୍ଜୁନ ନଜର ଆସିଛନ୍ତି। ଏହି ଫିଲ୍ମ ୬ଡିସେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ।

ଏହି ଖବର ପଢ଼ନ୍ତୁ: https://sambad.in/latest/r-madhavan-rejects-paan-masala-ad-offered-crores-for-endorsement-6937008