ଏହି କାରଣରୁ ଶାହରୁଖଙ୍କ ସହ କାମ କରିବାକୁ ମନା କଲେ ଅଲ୍ଲୁ, ‘ଯବାନ’ରେ ହେବନି ଏଣ୍ଟ୍ରି

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ ସହ କାମ କରିବାକୁ ଅନେକ କଳାକାର ସ୍ବପ୍ନ ଦେଖୁଥିବା ବେଳେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କ ସହ କାମ କରିବାକୁ ମନା କରିଛନ୍ତି। ‘ଯବାନ’ରେ ଅଲ୍ଲୁ ଏଣ୍ଟ୍ରି କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତା’ର ଅବସାନ ଘଟିଛି। ସୁପରଷ୍ଟାର ନୟନତାରା ଓ ବିଜୟ ସେଥୁପତୀଙ୍କ ପରେ ‘ଯବାନ’ରେ ଅଲ୍ଲୁ ଅର୍ଜୁନ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଥିଲା। ଫିଲ୍ମର ନିର୍ଦ୍ଦେଶକ ଅଟଲି ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଇଁ ଅଲ୍ଲୁଙ୍କୁ ପ୍ରସ୍ତାବ ଦେଇଥିବା କୁହାଯାଇଥିଲା।

ହେଲେ ଏବେ ଅଲ୍ଲୁ, ଅଟଲିଙ୍କ ପ୍ରସ୍ତାବ ଗ୍ରହଣ କରିନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଫିଲ୍ମରେ ଥିବା ନିର୍ଦ୍ଦିଷ୍ଟ ଅଂଶ ପାଇଁ ଅଭିନେତା ବାଛିବା ନିର୍ଦ୍ଦେଶକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା। କାରଣ ଏହି ଦୃଶ୍ୟ ପାଇଁ ଆଗଧାଡ଼ିର କଳାକାରଙ୍କ ଆବଶ୍ୟକତା ରହିଥିଲା। ଏଥିପାଇଁ ଅଲ୍ଲୁଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ‘ପୁଷ୍ପା-୨’ ପାଇଁ ଅଲ୍ଲୁ ଏହାକୁ ଗ୍ରହଣ କରିନାହାନ୍ତି। ଏ‌ବେ ସେ କେବଳ ବ୍ଲକବଷ୍ଟର ଫିଲ୍ମର ଦ୍ବିତୀୟ ଭାଗ ଅର୍ଥାତ ‘ପୁଷ୍ପା-୨’ରେ ଧ୍ୟାନ ଦେବା ପାଇଁ ‘ଯବାନ’କୁ ଗ୍ରହଣ କରିନାହାନ୍ତି। ଅଲ୍ଲୁ ଅର୍ଜୁନ ଶାହରୁଖ ଖାନଙ୍କ ‘ଯବାନ’ରେ କାମ କରିବା ବିଷୟରେ ଚିନ୍ତା କରିବାକୁ ସମୟ ନେଇଥିଲେ, ଯେଉଁଥିରେ ତାଙ୍କୁ ଏକ ଛୋଟ ଓ ପ୍ରଭାବଶାଳୀ ଭୂମିକା ଦିଆଯାଇଥିଲା। କିନ୍ତୁ ‘ପୁଷ୍ପା’ ଓ ‘ଯବାନ’ ମଧ୍ୟରେ ସେ ‘ପୁଷ୍ପା’କୁ ବାଛିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଏବେ ‘ଯବାନ’ ନିର୍ମାତାଙ୍କ ଚିନ୍ତା ବଢ଼ାଇଛି।

 

ସମ୍ବନ୍ଧିତ ଖବର