ହାଇଦ୍ରାବାଦ୍: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗତ ଶୁକ୍ରବାର ହାଇଦ୍ରାବାଦ ପୁଲିସ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟରେ ଶୁଣାଣି ପ‌ରେ ତାଙ୍କୁ ୧୪ଦିନ ପାଇଁ ଜେଲ ହୋଇଥିଲା।  
ଗୋଟିଏ ରାତି ଜେଲରେ ରହିବା ପରେ ଆଜି ଅର୍ଥାତ ଶନିବାର ସକାଳୁ ତାଙ୍କୁ ଜାମିନ୍ ମିଳିଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ପାଇବା ପରେ ଅଲ୍ଲୁଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି। 

Advertisment

ଜାମିନ ପାଇ ବାହାରକୁ ଆସିବା ପରେ ଅଲ୍ଲୁଙ୍କ ସ୍ତ୍ରୀ ସ୍ନେହା ରେଡ୍ଡି ଓ ଦୁଇପିଲା ଅଭିନେତାଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଇ ଭୋଭୋ ହୋଇ କାନ୍ଦିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।  ଦୁଇପିଲା  ବି ବାପା ଅଲ୍ଲୁ ଘରକୁ ଫେରିବା ପରେ ଖୁବ ଖୁସି ହୋଇଯାଇଛନ୍ତି।

ଅଲ୍ଲୁଙ୍କୁ ସିନେମା ‘ପୁଷ୍ପା-୨’ର ପ୍ରିମିୟର୍‌ ସୋ’ ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ମାମଲାରେ ଗିରଫ କରାଯାଇଥିଲା। ଜାମିନରେ ବାବହାରକୁ ଆସିବା ପରେ ଅଲ୍ଲୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ଏଭଳି ଅସୁବିଧା ସମୟରେ ତାଙ୍କୁ ସମର୍ଥନ କରିଥିଲେ।

ଜେଲରୁ ବାହାରିବା ପରେ ଅଲ୍ଲୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବ୍ୟସ୍ତ ହେବାର କିଛି କାରଣ ନାହିଁ। କୋର୍ଟରେ ମାମଲା ଚାଲିଛି। ଏଥିପାଇଁ ଯେତେବେଳେ ବି ମୋର କିଛି ଆବଶ୍ୟକତା ପଡେ ମୁଁ ନିଶ୍ଚୟ ଭାବେ ପୁଲିସ ପ୍ରଶାସନର ସାହାଯ୍ୟ କରିବି।’