ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ଟଲିଉଡ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨' ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ୬ଟି ଭାଷାରେ ମୁକ୍ତିଲାଭ କରିବ | ଫିଲ୍ମଟି ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୨୭୦କୋଟି ଆୟ କରିବ ବୋଲି ଆକଳନ କରାଯାଇଛି। ଯଦି ଏହା ସତ ହୁଏ ତେବେ ଅଲ୍ଲୁ ଅର୍ଜୁନ ଏଭଳି କରିଥିବା ଭାରତୀୟ ସିନେମାର ପ୍ରଥମ ହିରୋ ହେବେ।
ପୂର୍ବ ଆକଳନ ଅନୁଯାୟୀ, ଫିଲ୍ମଟି ଆନ୍ଧ୍ରପ୍ରଦେଶ / ତେଲେଙ୍ଗାନାରେ ୮୫କୋଟି ଟଙ୍କା, କର୍ଣ୍ଣାଟକରେ ୨୦କୋଟି ଟଙ୍କା, ତାମିଲନାଡୁରେ ୧୨କୋଟି ଟଙ୍କା, କେରଳରେ ୮କୋଟି ଟଙ୍କା ଏବଂ ବାକି ଭାରତରେ ୭୫ କୋଟି ଟଙ୍କା ଟଙ୍କା ଆୟ କରିବ। ଏସବୁ ମିଶାଇ ୨୦୦କୋଟି ହେଉଥିବା ବେଳେ ବାକି ୭୦କୋଟି ବିଦେଶରୁ ଫିଲ୍ମ 'ପୁଷ୍ପା ୨' ଆୟ କରିବ ବୋଲି ଜଣାଯାଇଛି। ତେବେ ଫିଲ୍ମ ରିଲିଜ୍ ପରେ ହିଁ ଆକଳନ କେତେ ସଠିକ୍, ତାହା ସ୍ପଷ୍ଟ ହେବ।
ଯଦି ଆମେ 'ପୁଷ୍ପା-୨'ର ଟ୍ରାକ୍ ରେକର୍ଡକୁ ଦେଖିବା, ତେବେ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଅନେକ ଥର ପରିବର୍ତ୍ତନ କରାଯାଇଛି | ପ୍ରଥମେ ଏହି ଚଳଚ୍ଚିତ୍ର ଜୁନ୍ ୨୦୨୪ରେ ମୁକ୍ତିଲାଭ କରିବାର ଥିଲା | କିନ୍ତୁ ଏହା ପରେ ଅଗଷ୍ଟକୁ ଘୁଞ୍ଚିଥିଲା | ହେଲେ କାମ ନସରିବାରୁ ଏହା ପୁଣି ଡିସେମ୍ବର ୬କୁ ଘୁଞ୍ଚିଥିଲା | ହେଲେ ଏବେ ଆହୁରି ଆଗକୁ ନ ଘୁଞ୍ଚାଇ ନିର୍ମାତା ଏହାକୁ ଧାର୍ଯ୍ୟ ତାରିଖର ଗୋଟେ ଦିନ ଆଗୁଆ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/07/c6bh9jYlm1Dgsc7BCL2J.jpg)