ମୁମ୍ବାଇ: ସଲମାନ ଖାନ୍ ଓ ତାଙ୍କ ବାପା ସଲିମ୍ ଖାନ୍ଙ୍କୁ ହତ୍ୟା ଧମକ ମିଳିବା ପରେ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଗତକାଲି ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇକୁ ପଚରାଉଚରା କରିଥିଲା। ହେଲେ ପୁଲିସ୍ ପଚରାଉଚରାରେ ଲରେନ୍ସ ସଲ୍ମାନଙ୍କୁ ହତ୍ୟା ଧମକ ଦେଇଥିବା କଥାକୁ ଅସ୍ବୀକାର କରିଛନ୍ତି। ସେ ସଲମାନ ଓ ତାଙ୍କ ବାପାଙ୍କୁ କୌଣସି ପ୍ରକାରର ହତ୍ୟା ଧମକ ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଲରେନ୍ସ ଧମକ ଦେଇଥିବା ନେଇ ଅସ୍ବୀକାର କରିବା ପରେ ଏବେ ଚିନ୍ତାରେ ପଡ଼ିଛି ମୁମ୍ବାଇ ପୁଲିସ।
ସଲମାନଙ୍କ ସୁରକ୍ଷାକୁ ନେଇ ବେଶୀ ସତର୍କ ରହିବା ସହ ଏଘଟଣାକୁ ନେଇ ସଲାମନଙ୍କ ବୟାନ ରେକର୍ଡ କରିଛି ପୁଲିସ। ସଲମାନ ଖାନ ନିଜ ବୟାନରେ କହିଛନ୍ତି ଯେ, ମୋତେ ହତ୍ୟା ଧମକ ଦିଆଯାଇଛି। ହେଲେ କିଏ ମୋତେ ହତ୍ୟା ଧମକ ଦେଇଛି ମୁଁ ଜାଣିନାହିଁ। ଏନେଇ ମୁଁ କାହା ଉପରେ ସନ୍ଦେହ କରୁନାହିଁ। ଆଜିକାଲି ମୋର କାହାରି ସହିତ ଶତ୍ରୁତା ମଧ୍ୟ ନାହିଁ। ମୁଁ ଲରେନ୍ସ ବିଷ୍ଣୋଇ ବିଷୟରେ ୨୦୧୮ମସିହାରୁ ଜାଣିଛି, ଯେତେବେଳେ ସେ ମୋତେ ହତ୍ୟା ଧମକ ଦେଇଥିଲେ। ମୁଁ ଜାଣି ନାହିଁ ଗୋଲ୍ଡି ବ୍ରାର କିଏ?
ସଲମାନଙ୍କ ଏଭଳି ବୟାନ ପରେ ଏବେ ଧମକ ଦେଇଥିବା ଅଭିଯୁକ୍ତକୁ ଖୋଜିବାରେ ଲାଗି ପଡ଼ିଛି ମୁମ୍ବାଇ ପୁଲିସ। ଏହା ସହ ସଲମାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ଗତକାଲି ଅଭିନେତା ସଲମାନ୍ ଖାନ୍ ଏବଂ ତାଙ୍କ ପିତା ସଲିମ୍ ଖାନ୍ଙ୍କୁ ଧମକ ମିଳିବା ପରେ ମହାରାଷ୍ଟ୍ର ଗୃହ ବିଭାଗ ସଲ୍ମାନଙ୍କ ସୁରକ୍ଷା କଡ଼ାକଡ଼ି କରିଦେଇଛି। ଏକ ପୁଲିସ ଟିମ୍ ତାଙ୍କ ଘରକୁ ଆଜି ଯିବା ସହିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି। ବାନ୍ଦ୍ରା(ୱେଷ୍ଟ)ସ୍ଥିତ ବ୍ୟାଣ୍ଡଷ୍ଟାଣ୍ଡରେ ଥିବା ସଲମାନଙ୍କ ଆପାର୍ଟମେଣ୍ଟ ବାହାରେ ପୁଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-50.jpg)