ଆଲୋକନାଥଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଲେ ଜଣାଶୁଣା ପ୍ରଯୋଜିକା – ଲେଖିକା

ମୁମ୍ବାଇ:  ଜଣାଶୁଣା ପ୍ରଯୋଜିକା ତଥା ଲେଖିକା ବିନ୍‌ତା ନନ୍ଦା ଏବେ ପରଦାରେ ସଂସ୍କାରକ ତଥା ସ୍ନେହୀ ପିତା,ଶ୍ୱଶୂର ଭୂମିକା ନିଭାଉଥିବା ଲୋକପ୍ରିୟ କଳାକାରଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି।
ବିନ୍‌ତା ନନ୍ଦା ସୋସିଆଲ୍‌ ମିଡିଆରେ ଲମ୍ବା ପୋଷ୍ଟ୍‍ ଲେଖି ନିଜ ସହ ଘଟିଥିବା କଥାର ଉଲ୍ଲେଖ କରିଛନ୍ତି। ସେ ଫେସବୁକ୍‌ରେ ଲେଖିଛନ୍ତି ‘ମୋତେ ଏକ ପାର୍ଟିକୁ ଡକାଯାଇଥିଲା। ଉକ୍ତ ସଂସ୍କାରୀ ବ୍ୟକ୍ତିଙ୍କର ପତ୍ନୀ ଓ ମୋର ସବୁଠୁଁ ଭଲ ସାଙ୍ଗ ସେତେବେଳେ ସହରରେ ନଥିଲେ। ମୋତେ ଏକ ପାର୍ଟିକୁ ଡକାଯାିଥିଲା । ଏହି ପାର୍ଟିରେ କେତେ ଖାସ ସାଙ୍ଗ ଓ ଥିଏଟର ସହିତ ଜଡ଼ିତ ଲୋକ ମଧ୍ୟ ଆସୁଥିବାର ଜାଣି ମୁଁ ପାର୍ଟିରେ ଯୋଗ ଦେବାକୁ ମନା ରାଜି ହୋଇଥିଲି।
ପାର୍ଟି ଚାଲିଥିବା ବେଳେ ମୋର ଡ୍ରିଙ୍କିସ୍‌ରେ କିଛି ମିଶାଇ ପିଇବାକୁ ଦିଆଗଲା। ମୋତେ କିଛି ଅଜବ ଲାଗିଲା।କିନ୍ତୁ ମୁଁ ଜାଣି ପାରି ନଥିଲି। ରାତି ପ୍ରାୟ ଦୁଇଟା ବେଳେ ମୁଁ ତାଙ୍କ ଘରୁ ବାହାରିଲି।
ତା’ ପରଦିନ ଖରାବେଳେ ଯେତେବେଳେ ଶୋଇକି ଉଠିଲି,ମୁଁ ଯନ୍ତ୍ରଣା ଅନୁଭବ କରିଲି। ତା’ପରେ ମତେ ଅନୁଭବ ହେଲା କି ମୋର ବଳାତ୍କାର ହୋଇଛି। ସେ ସମୟରେ ୧୯୯୪ର ଲୋକପ୍ରିୟ ଟିଭି ସିରିଏଲ୍‌ ‘ତାରା ’ପାଇଁ ମୁଁ କାମ କରୁଥିଲି।’
ସେତେବେଳେ ସେହି ପରଦାର ସଂସ୍କାରୀ ବ୍ୟକ୍ତିଙ୍କ ବିରୋଧରେ ମୁହଁ ଖୋଲି ନଥିଲି। ହେଲେ ଏବେ ୨୪ବର୍ଷ ପରେ ମୋର ଆତ୍ମବିଶ୍ୱାସ ଫେରି ଆସିଛି ଓ ସେଥିପାଇଁ ସେହି ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିଛି।


ଏହି ପୋଷ୍ଟ୍‍ରେ ବିନ୍‌ତା କୌଣସି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରି ନ ଥିଲେ ବି ସେ ‘ଆଲୋକନାଥ’ ବୋଲି ଜଣାପଡୁଛନ୍ତି। ଏସଂପର୍କରେ ଆଲୋକନାଥ ବିଶେଷ କିଛି କହି ନାହାଁନ୍ତି।

ସମ୍ବନ୍ଧିତ ଖବର