ବ୍ରେକ୍ଅପ ଖବର ମଧ୍ୟରେ ଚର୍ଚ୍ଚାରେ ଅଲି-ଜାସମିନଙ୍କ ବିବାହ ଖବର; ଅଲୀ କହିଲେ…

ମୁମ୍ବାଇ: ବ୍ରେକ୍ଅପ ଖବର ମଧ୍ୟରେ ଚର୍ଚ୍ଚାରେ ଅଲି-ଜାସମିନଙ୍କ ବିବାହ ଖବର। ଟିଭିର ଲୋକପ୍ରିୟ ତାରକା ଅଲି ଗୋନି ଏବଂ ଜାସମିନ ଭସିନ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ତଳେ ଦୁହେଁ ପରସ୍ପରଠାରୁୁ ଅଲଗା ହୋଇଥିବାର ଖବର ଚର୍ଚ୍ଚାରେ ରହିଥିଲା। ରିୟାଲିଟି ସୋ’ ବିଗ୍ ବସ-୧୫ରେ ପରସ୍ପର ପ୍ରତି ଭଲପାଇବା ଥିବା ‌ନେଇ ସ୍ବୀକାର କରିବା ପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ପରେ କୌଣସି କାରଣରୁ ଦୁହେଁ ଅଲଗା ହେଉଥିବା ନେଇ ଖବର ସାମ୍ନାକୁ ଆସିଥିଲା। ହେଲେ ଏବେ ବିବାହ ଖବର ସାମ୍ନାକୁ ଆସିବା ପରେ ବିଚ୍ଛେଦ ଖବର କେବଳ ଏକ ଗୁଜବ ଥିଲା ବୋଲି ସ୍ପଷ୍ଟ ହୋଇଛି।

ବିବାହ କରିବା ନେଇ ହେଉଥିବା ଚର୍ଚ୍ଚା ଉପରେ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଅଲି ଗୋନି କହିଛନ୍ତି ଯେ, ଶେଷରେ ସବୁକିଛି ସ୍ଥିର ହୋଇଛି। ମୁଁ ଏବଂ ଜାସମିନ ଆମ ପିତାମାତାଙ୍କୁ କହିସାରିଛୁ। ଆମେ ବହୁତ ଖୁସି। ଏବେ କେବଳ ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି ରହିଲା। କିନ୍ତୁ ଆମେ ଭାବିଲୁ ଯେ ଆମେ ସମସ୍ତଙ୍କୁ ସୋସିଆଲ ମିଡିଆରେ ପ୍ରଥମେ ସୂଚନା ଦେବା ଉଚିତ୍ ।

ଅଲିଙ୍କ ଇନଷ୍ଟା ‌‌ଷ୍ଟୋରୀରୁ ଦୁହେଁ କେବେ ବିବାହ କରିବେ ତାହା ଜଣାପଡ଼ିନଥିଲେ ବି ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର