ବାରିଷ୍ଟର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ‘ଅମାବାସ୍ୟାର ଚନ୍ଦ୍ର’ ଓଡ଼ିଆ ସାହିତ୍ୟର ଏକ କାଳଜୟୀ ଉପନ୍ୟାସ। ଅଧିକାଂଶ ଓଡ଼ିଆ ଜୀବନରେ ଥରେ ନା ଥରେ ଏହି ଉପନ୍ୟାସକୁ ଭେଟିଥିବେ, ଏଥିରେ ସନ୍ଦେହ ନାହିଁ। ପୁସ୍ତକ ହିସାବରେ ଚାଳିଶରୁ ଅଧିକ ଥର ପୁନଃ ପ୍ରକାଶିତ ହେବା ଏହାର ଲୋକପ୍ରିୟତାକୁ ପ୍ରମାଣିତ କରେ। ‘ଅମାବାସ୍ୟାର ଚନ୍ଦ୍ର’କୁ ଏକ ନୂଆରୂପରେ ଆଣିବାକୁ ପ୍ରୟାସ କରିଛି ଆମର ମ୍ୟୁଜିକ। ଖୁବ୍ ଶୀଘ୍ର ଏହା ଅଡ଼ିଓ ନାଟକ ଭାବରେ ଆମର କାହାଣୀ ଚ୍ୟାନେଲରେ ରିଲିଜ୍ ହେବ।
‘ଅମାବାସ୍ୟାର ଚନ୍ଦ୍ର’ ଅଡିଓ ନାଟକରେ ରମେଶ କାଉଲ ଚରିତ୍ରରେ ସ୍ୱର ଦେଇଛନ୍ତି ଓଲିଉଡ୍ର ଆଗଧାଡ଼ିର ନାୟକ ଅନୁଭବ ମହାନ୍ତି। ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ସୂର୍ଯ୍ୟମୟୀ ମହାପାତ୍ର, ଶ୍ରଦ୍ଧା ପାଣିଗ୍ରାହୀ, ରାକ୍ଷୀ ଦାଶ, ନିଭି, ନିଶାନ୍ତ ମଜିଠିଆ, ଆର୍ଜେ କେପି, ଆର୍ଜେ ଗୁଡ୍ଡି, ଆର୍ଜେ ପୂଜା, ଜିତୁ ସାବତ, ବୁଲେଟ ମହାନ୍ତି, ଅବକାଶ ମିଶ୍ର। ଅଡ଼ିଓ ଡିଜାଇନ୍ ଦାୟିତ୍ୱରେ ଅଛନ୍ତି ଶକ୍ତିସ୍ୱରୂପ ଦ୍ୱିବେଦୀ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢ଼ିଆରୀ। ଏହା ଉଭୟ ନୂଆ ଓ ପୁରୁଣା ପିଢ଼ି ଭିତରେ ଆଦୃତ ହୋଇ ପୁସ୍ତକ ପରି ଲୋକପ୍ରିୟ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି।