ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅମାଲା ପାଲ ଖୁସି ଖବର ଦେଇଛନ୍ତି। ଅମାଲା ସେୟାର କରିଥିବା ଫଟୋରେ ସେ ଖୁବଶୀଘ୍ର ମା’ ହେବାକୁ ଯାଉଥିବା ଜଣାପଡ଼ିଛି।
ଅନ୍ତସତ୍ତ୍ବା ସମୟରେ ଅମାଲା ନିଜ କାମକୁ ନେଇ ବି ଖୁବ ଉତ୍ସାହିତ ଅଛନ୍ତି। ନିକଟରେ ସେ ସିନେମା ‘ଲେବଲ କ୍ରସ’ର ଅଡିଓ ଲଞ୍ଚରେ ଯୋଗ ଦେଇଥିଲେ। ଅମାଲା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର ବେବି ବମ୍ପ ଦେଖିବାକୁ ମିଳୁଛି।
ଅମାଲାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ଜଗତ ଦେସାଇଙ୍କ ସହିତ ଗତବର୍ଷ ୨୦୨୩ ନଭେମ୍ବରରେ ବିବାହ କରିଥିଲେ। ଏହା ଅମାଲାଙ୍କ ଦ୍ବିତୀୟ ବିବାହ ଥିଲା। ପ୍ରଥମେ ସେ ନିର୍ଦ୍ଦେଶକ ଏଏଲ ବିଜୟଙ୍କୁ ବିବାହକରିଥିଲେ। କିଛିବର୍ଷର ସମ୍ପର୍କ ପରେ ବିଜୟଙ୍କୁ ଠାରୁ ଅମାଲା ଅଲଗା ହୋଇଯାଇଥିଲେ।
ଜଗତ ଦେସାଇଙ୍କୁ ବିବାହ କରିବାର ଦୁଇମାସ ପରେ ମା’ ହେବାର ଖୁସି ଖବର ଦେଇଥିଲେ ଅମାଲା। ଏବେ ଦୁହେଁ ତାଙ୍କ ଜୀବନରେ ଖୁବ ଖୁସି ଅଛନ୍ତି। ନୂଆ ଅତି୍ଥିଙ୍କ ଅଗମନକୁ ନେଇ ଜଗତ ଓ ଅମାଲା ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି। ବାକିଥିବା କାମକୁ ବି ଶେଷ କରିବାକୁ ଲାଗିପଡ଼ିଛନ୍ତି।