ନୂଆଦିଲ୍ଲୀ: ସାଉଥ ଅଭିନେତ୍ରୀ ଅମାଲା ପାଉଲଙ୍କ ୩୨ତମ ଜନ୍ମଦିନରେ ତାଙ୍କ ପ୍ରେମିକ ଜଗତ ଦେସାଇ ବିବାହ ପ୍ରସ୍ତାବ ଦେଇଥିଲେ। ବିବାହ ପ୍ରସ୍ତାବ ଦେବା ସମୟର ଫଟୋକୁ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହି ଫଟୋକୁ ଦେଖି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ବେଶ ଖୁସି ହୋଇଯାଇଥିଲେ।

Advertisment

ସମ୍ପ୍ରତି ଅମାଲା ଆଉ ଏକ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। କାରଣ ଏହି ଫଟୋଟି ଅଭିନେତ୍ରୀ ତାଙ୍କ ପ୍ରେମିକ ଜଗତ ଦେସାଇଙ୍କୁ ବିବାହ କରିଥିବାର ରହିଛି। ଅମଲା କାହାକୁ କିଛି ନଜଣାଇ ଏମିତି ଲୁଚିଲୁଚି ବିବାହ କରିବାର କାରଣ କ’ଣ ହୋଇଥାଇପାରେ ସେ କଥାକୁ ନେଇ ଫ୍ୟାନ୍ସମାନଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅମାଲା ପାଉଲ ଅକ୍ଟୋବର ୨୬ ତାରିଖ‌ରେ ୩୨ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଜନ୍ମଦିନରେ ଅମାଲାଙ୍କୁ ତାଙ୍କ ପ୍ରେମିକ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବର ୯ଦିନ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ଅଭିନେତ୍ରୀ ଓ ଜଗତ ଦେସାଇ ଇନଷ୍ଟାଗ୍ର‌ାମରେ କିଛି ଫଟୋ ସେୟାର କରି ବିବାହ କରିଥିବାର ସୂଚନା ଦେଇଛନ୍ତି।

ଜଗତ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଦୁଇଟି ଆତ୍ମ ଗୋଟିଏ ଲକ୍ଷ୍ୟ ।  ଏହି ଜୀବନରେ ହାତରେହାତ ମିଳାଇ ମୋ ଭାଗ୍ୟ ସହିତ ଚାଲିବ।’ ଏଥିସହିତ ସେ ବିବାହର ହାଜଟ୍ୟାଗ ବି ଦେଇଛନ୍ତି।

ଅଭିନେତ୍ରୀ ବି ଫଟୋ ସହିତ ଲେଖିଛନ୍ତି, ‘ମୁଁ ମୋର ଭଲ ପାଇବାକୁ ପାଇଯାଇଛି। ଆଉ ତାଙ୍କୁ ବିବାହ କରିଛି। ବୈବାହିତ ଜୀବନ ଶୁଭଙ୍କର ପାଇଁ ଆପଣମାନଙ୍କ ଆର୍ଶୀବାଦ ନିହାତି ଆବଶ୍ୟକ।’

ଅଲାମାଙ୍କ ଏହା ଦ୍ବିତୀୟ ବିବାହ । ସେ ୨୦୧୪ ମସିହାରେ ଏ ଏଲ ବିଜୟଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ମଧ୍ୟରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।  ଏହାପରେ ୨୦୧୭ରେ ଅଲାମା ଓ ବିଜୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଯାଇଥିଲା। ଏହି ବିଚ୍ଛେଦ ପରେ ୩ବର୍ଷ ପର୍ଯ୍ୟନ୍ତ ଅଲାମା ଏକା ରହିବା ପରେ ଜଗତଙ୍କ ସହିତ ସେ ଯୋଡ଼ିହୋଇଥିଲେ। ନିକଟରେ ଦୁହେଁ ବିବାହ କରି ଖୁବ ଖୁସି ଥିବା ଜଣାପଡ଼ିଛି।